ତିନି ହଜାର ତଳକୁ ଖସୁନି କରୋନା ପଜିଟିଭ, ଆଜି ରାଜ୍ୟରେ ପୁଣି ୩୦୨୫ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୩୦୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୮୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୮୧ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୬୬୬ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୦୭ ଜଣ, କଟକରୁ ୩୧୨ ଜଣ,କନ୍ଧମାଳ ଜିଲ୍ଲାରୁ ୨୨ ଜଣ,କୋରାପୁଟରୁ ୧୩୯ ଜଣ, କେନ୍ଦ୍ରାପଡ଼ାରୁ ୧୨୮ଜଣ, କେଉଁଝରରୁ ୫୦ ଜଣ ଓ କଳାହାଣ୍ଡିରୁ ୮୨ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୮୩ ଜଣ ,ସୁନ୍ଦରଗଡ଼ରୁ ୫୬ ଜଣ ଓ ସୋନପୁର ଜିଲ୍ଲାରୁ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୮୫ ଜଣ,ଜଗତସିଂହପୁରରୁ  ୭୮ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୫୯ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୬୧ ଜଣ, ବାଲେଶ୍ଵରରୁ ୪୦ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୨୪ ଜଣ ,ବୌଦ୍ଧ ରୁ ୯ ଜଣ ଏବଂ ଭଦ୍ରକରୁ ୯୪ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୯ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୩୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୬୭ ଜଣ ,ନବରଙ୍ଗପୁରରୁ ୪୬ ଜଣ ଓ ନୂଆପଡ଼ାରୁ ୭୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୧୩୨ ଜଣ,ଦେଓଗଡରୁ ଜଣେ ସଂକ୍ରମିତ ହୋଇଛନ୍ତି। ରାୟଗଡାରୁ ୧୩  ଜଣ, ଅନୁଗୋଳରୁ ୫୮ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୨୧୫ ଜଣ ଏବଂ ମାଲକାନଗିରିରୁ ୩୨ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୮ ଲକ୍ଷ ୩୯ ହଜାର ୮୫୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧ଲକ୍ଷ ୬ ହଜାର ୫୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୭ ହଜାର ୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮ ହଜାର ୭୧୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read :

Share this: