Breaking Newsଓଡ଼ିଶା

ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ ଚିହ୍ନଟ;ବଢୁଛି ଲୋକାଲ ସଂକ୍ରମିତ

Share this:

ଆଜି ୧୯   ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୯୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି , ଯାଜପୁର ଜିଲ୍ଲାରୁ ୨୨  ଓ ବାଲେଶ୍ୱର ଜଣ ସଂକ୍ରମିତ ହୋଇଛନ୍ତି।  ଝାରସୁଗୁଡା ଜିଲ୍ଲାରୁ ୧୦ ଜଣ ଓ ଖୋର୍ଦ୍ଧା  ଜିଲ୍ଲାରୁ ୨୧  ଜଣ  ସଂକ୍ରମିତ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ୨  ଜଣ ଆକ୍ରାନ୍ତ ହୋଇଛନ୍ତି। ପୁରୀ ଜିଲାରୁ ୪ ଜଣ ସଂକ୍ରମିତ ହୋଇଛନ୍ତି।   ସୁନ୍ଦରଗଡ଼ ଜିଲ୍ଲାରୁ ୧୭ ଜଣ ସଂକ୍ରମିତ ହୋଇଛନ୍ତି। କଟକ ଜିଲ୍ଲାରୁ ୧୨ ଜଣ , ବଲାଙ୍ଗିର ଜିଲ୍ଲାରୁ ୭  ଜଣ  ଓ ନୟାଗଡ଼ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଅନୁଗୁଳ ,ଦେଓଗଡ,କେଉଁଝର, ଜଗତସିଂହପୁର,ବରଗଡ଼, କୋରାପୁଟ  ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରୁ ୩  ଜଣ ଆକ୍ରନ୍ତା ହୋଇଛନ୍ତି।

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୨ ଲକ୍ଷ ୭୪   ହଜାର ୬୭୨ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭୫୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆରୋଗ୍ୟ ୧୬୪ ସହ ମୋଟ ୫୩୫୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୧୫୭  ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: