ଓଡିଆ ଆଇପିଏସ୍ ଅଧିକାରୀ ବସନ୍ତ ରଥ ନିଲମ୍ବିତ

Share this:

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର କ୍ୟାଡର ଓଡିଆ  ଆଇପିଏସ୍ ଅଧିକାରୀ ବସନ୍ତ ରଥଙ୍କୁ  ବାରମ୍ବାର ଦୁର୍ବ୍ୟବହାର କରିବା ଅଭିଯୋଗରେ ଗୃହ ମନ୍ତ୍ରଣାଳୟ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ତାଙ୍କୁ ଶ୍ରୀନଗରସ୍ଥିତ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ଦିଆଯାଇଛି। ଗୃହ ବିଭାଗର ଅଣ୍ଡର ସେକ୍ରେଟେରୀ ଏ ବାବଦରେ ଡିଜିପି ଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡନ୍ତୁ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ନିକଟରେ  ଶ୍ରୀ ରଥ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟ ଡିଜିପି ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଆଇପିଏସ୍ ଅଧିକାରୀ ଗାନ୍ଧିନଗର ପୋଲିସ ଷ୍ଟେସନ ଏସଏଚଓ  କୁ ଲେଖିଥିବା ଚିଠିରେ ୨୦୦୦ ବ୍ୟାଚ୍ ଆଇପିଏସ୍ ଅଧିକାରୀ କହିଛନ୍ତି ଯେ ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ମୁଁ ମୋର ସୁରକ୍ଷାକୁ ନେଇ ଭୟଭୀତ ଅଟେ। ମୁଁ ଏହି ଚିଠିକୁ ଆଇପିଏସ୍ ଅଧିକାରୀ ଭାବରେ ନୁହେଁ ବରଂ ଏହି ଦେଶର ଦାୟିତ୍ଵବାନ ନାଗରିକ ଭାବରେ ଲେଖୁଛି। ପରେ ଏହି ଚିଠି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁ କାରଣରୁ ଏହି ଘଟଣା ଚର୍ଚ୍ଚିତ ହୋଇଥିଲା। ଏହା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Share this: