ବର୍ତ୍ତମାନଠାରୁ ମୁଁ ବିଜେପି ଏବଂ ଆରଏସଏସ ସହିତ ଅଛି: ଶିବସେନା କର୍ମୀଙ୍କ ଆକ୍ରମଣରେ ଆହତ ଅବସରପ୍ରାପ୍ତ ନୌସେନା ଅଧିକାରୀ

Share this:

ମୁମ୍ବାଇ: ମୁମ୍ବାଇର ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା(Madan Sharma)ଙ୍କୁ ଶିବସେନା କର୍ମୀ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆ (Social Media)ରେ ଏକ କାର୍ଟୁନ୍ (Cartoon) ସେୟାର୍ କରିଥିବାରୁ ତାଙ୍କୁ ଶିବସେନା କର୍ମୀମାନେ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ଶିବସେନାର ଚାରିଜଣ ଗିରଫ କରିଛି।

ଶିବସେନା କର୍ମୀମାନେ ମାଡ଼ ମାରିଥିବା ଅଭିଯୋଗକରି ପୂର୍ବତ୍ତନ ନୌସେନା ଅଧିକାରୀ ମଦନ ଶର୍ମା ଆଜି ମୁମ୍ବାଇରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଏହା ପରେ ସେ କହିଛନ୍ତି, ‘ବର୍ତ୍ତମାନଠାରୁ ମୁଁ ବିଜେପି-ଆରଏସଏସ (BJP-RSS) ସହିତ ଅଛି। ଯେତେବେଳେ ମୋତେ ମାଡ଼ ଦିଆଯାଇଥିଲା, ସେମାନେ ଅଭିଯୋଗ କରିଛନ୍ତି ଯେ ମୁଁ ବିଜେପି-ଆରଏସଏସ ସହିତ ଅଛି। ତେଣୁ ମୁଁ ଘୋଷଣା କରୁଛି ଯେ ମୁଁ ଆଜି ବିଜେପି-ଆରଏସଏସ ସହିତ ଅଛି।

ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମା ନିଜ ତଥା ପରିବାରର ସୁରକ୍ଷା ଦାବି କରୁଥିବାବେଳେ ଅନ୍ୟପକ୍ଷରେ ସେ କହିଛନ୍ତି ଯେ ଯଦି ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିପାରିବ ନାହିଁ ତେବେ ଉଦ୍ଧବ ଠାକରେ(Uddav Thackeray ) ସିଏମ ପଦରୁ ଇସ୍ତଫା ଦିଅନ୍ତୁ। ମଦନ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ମୋ କିମ୍ବା ମୋ ପରିବାରରେ କିଛି ଘଟେ ତେବେ ମୁଁ ଉଦ୍ଧବ ଠାକରେଙ୍କୁ ଦାୟୀ କରିବି। ସୂଚନଯୋଗ୍ୟ, ଗତ ଶୁକ୍ରବାର ଦିନ  ସକାଳେ ଉପାନ୍ତ ସହର କାଣ୍ଡିଭାଲିର ଲୋଖଣ୍ଡୱାଲା କମ୍ପ୍ଲେକ୍ସ ଅଞ୍ଚଳରେ ଶର୍ମାଙ୍କ ସହ ଏହି ଘଟଣା ଘଟିଛି।

Also Read:

ଯଦି ଅଭିଷେକଙ୍କ ବେକରେ ଫାଶୀ ଲାଗିଥାନ୍ତା?: କଙ୍ଗନା ରନାୱତ୍,ରାଜ୍ୟସଭାରେ ଜୟା ବଚ୍ଚନଙ୍କ ବୟାନ ପରେ ଏମିତି କାହିଁକି କହିଲେ…

ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

Share this: