ବଢୁଛି ଲୋକାଲ ସଂକ୍ରମିତ ଙ୍କ ସଂଖ୍ୟା , ରାଜ୍ୟରେ ରେକର୍ଡ ସଂଖ୍ୟକ ୧୨୬୪ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି ୧୨୬୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୮୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୪୧୭ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୭ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୫୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୧୩୭  ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୪୭ ଜଣ ଓ ରାୟଗଡା  ଜିଲ୍ଲା ରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳ  ରୁ ୨୯ ଜଣ ,କୋରାପୁଟ  ରୁ ୨୭ ଜଣ ,ଓ କଳାହାଣ୍ଡି  ରୁ ୭ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୬୦ଜଣ  ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ୧୭ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ ରୁ ୨୪  ଜଣ,କେଉଁଝର ରୁ ୨୫ ଜଣ ,ଝାରସୁଗୁଡା ଜିଲ୍ଲାରୁ ୩ଜଣ ସଂକ୍ରମିତ ହୋଇଛନ୍ତି।  ଜଗତସିଂହପୁର ରୁ ୪ ଜଣ ,ବାଲେଶ୍ଵର ରୁ ୯ ଜଣ , ଓ ବରଗଡ଼ ରୁ ୨୪ ଜଣ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତି ରୁ ୭୪ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୨୨ ଜଣ , ସମ୍ବଲପୁର ରୁ ୨୦ ଜଣ ,ନବରଙ୍ଗପୁର ରୁ ୪  ଜଣ ସଂକ୍ରମିତ ହୋଇଛନ୍ତି। ବଲାଙ୍ଗୀରି ଓ ନୂଆପଡ଼ା ରୁ ଜ ଜଣେ ଲେଖାଏଁ  ସଂକ୍ରମିତ ହୋଇଛନ୍ତି। ସେହିପରି ନୟାଗଡ ରୁ ୬୧ ଜଣ,ବୌଦ୍ଧ ରୁ ୨ ଜଣ ,ଢେଙ୍କାନାଳ ରୁ ୬  ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ୭ ଜଣ, ଭଦ୍ରକ  ଜିଲ୍ଲାରୁ ୩୦ ଜଣ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪  ଲକ୍ଷ ୨୧ ହଜାର ୯୩୧ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨୧ ହଜାର ୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ଛନ୍ତି। ୧୩  ହଜାର ୭୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ହଜାର ୨୦୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: