ଆଜି ପୁଣି ଚିହ୍ନଟ ହେଲେ୧୩୮୪ କରୋନା ପଜିଟିଭ

Share this:

ଭୁବନେଶ୍ଵର :ରାଜ୍ୟରେ ଆଜି ୧୩୮୪  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୮୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୧୧ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୬ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୩୩୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକରୁ ୮୯ ଜଣ,କୋରାପୁଟରୁ ୯୭ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ ଓ କଳାହାଣ୍ଡିରୁ ୪ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା  ଜିଲ୍ଲାରୁ ୩୮ ଜଣ ଚିହ୍ନଟ ହୋଇଛନ୍ତି। ସମ୍ବଲପୁରରୁ ୯୩  ଜଣ ,ସୁନ୍ଦରଗଡ଼ ଜିଲ୍ଲାରୁ ୪୬ ଜଣ ଓ ସୋନପୁରରୁ ୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୧୮ଜଣ ,ଜଗତସିଂହପୁରରୁ ୨୨  ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୭ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୩୩ଜଣ, ବାଲେଶ୍ଵରରୁ ୭୯ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୫୧ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୨୫ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୬୧ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୭ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୨୨ଜଣ ,ନବରଙ୍ଗପୁରରୁ ୨୬ ଜଣ ଏବଂ ନୂଆପଡ଼ାରୁ ୫ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୧୧ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୨୯ ଜଣଓ ମାଲକାନଗିରିରୁ ୨୬ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫ ଲକ୍ଷ ୫୬ ହଜାର ୫୮୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩୬ ହଜାର ୨୯୭  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧ହଜାର ୯୫୪  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୧୪ ହଜାର ୯୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

From The Web

Share this: