New Odisha cabinet: ରାଜ୍ୟରେ ଗଠିତ ହେଲା ନୂଆ ମନ୍ତ୍ରିମଣ୍ଡଳ, ୨୧ ମନ୍ତ୍ରୀଙ୍କ ଶପଥପାଠ

Share this:

ଭୁବନେଶ୍ୱର(ବ୍ୟୁରୋ): New Odisha cabinet Latest Updates  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ରାଜ୍ୟର ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ଗତକାଲି ନିଜ ପୁରୁଣା ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ପରେ ଆଜି ପୂର୍ବାହ୍ଣରେ ୨୧ ଜଣିଆ ନୂତନ ମନ୍ତ୍ରିମଣ୍ଡଳ ଗଠନ କରାଯାଇଛି। ଆଜି ଲୋକସେବା ଭବନର କନ୍‍ଭେନସନ୍‍ ସେଣ୍ଟରରେ ସକାଳ ୧୧ଟା ୪୫ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍‌ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ମଧ୍ୟ ଏଥର ମନ୍ତ୍ରୀପଦ ପାଇଛନ୍ତି।

ଆଜି ଶପଥ ନେଇଥିବା ୧୩ଜଣ କ୍ୟାବିନେଟ୍‍ ମନ୍ତ୍ରୀଙ୍କ ମଧ୍ୟରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ୍‍, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ୍‍, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢ଼ୋଲକିଆ ଓ ଜଗନ୍ନାଥ ସାରକା ରହିଛନ୍ତି।

ସେହିପରି ଶପଥ ନେଇଥିବା ୮ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ଭ୍ରମ୍‍ ଅଛନ୍ତି।

ଅନ୍ୟପକ୍ଷରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରୀତା ସାହୁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀକୁମାର ପାତ୍ର ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ଭ୍ରମ୍‍ ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଏମାନେ ସମସ୍ତେ ପ୍ରଥମ ଥର ମନ୍ତ୍ରୀପଦ ପାଇଛନ୍ତି।

କ୍ୟାବିନେଟ ପାହ୍ୟାମନ୍ତ୍ରୀ

  • ଜଗନ୍ନାଥ ସାରକା- ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
  • ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର
  • ରଣେନ୍ଦ୍ର ପ୍ରତାପ ସ୍ଵାଇଁ- କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକା
  • ପ୍ରମିଳା ମଲ୍ଲିକ- ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମ
  • ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ
  • ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗ
  • ପ୍ରତାପ ଦେବ- ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
  • ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
  • ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ
  • ନବକିଶୋର ଦାସ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
  • ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ
  • ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ
  • ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା

ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ)

  • ସମୀର ରଞ୍ଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା
  • ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଓ ଭାଷା ଓ ସଂସ୍କୃତି, ଅବକାରୀ
  • ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
  • ଶ୍ରୀକାନ୍ତ ସାହୁ- ଶ୍ରମ ଓ ଇଏସ୍‌ଆଇ
  • ତୁଷାରକାନ୍ତି ବେହେରା- ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା
  • ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା
  • ରୀତା ସାହୁ- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ
  • ବାସନ୍ତୀ ହେମ୍ବ୍ରମ- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି

Read Also | Corona Cases Odisha: ଓଡ଼ିଶାରେ ବଢିଲା ସଂକ୍ରମଣ, ଆଜି ୧୯ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *