ଓଡ଼ିଶାରେ ପୁଣି ନୂଆ ୧୯୭୭ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର:ରାଜ୍ୟରେ ଆଜି ୧୯୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୨୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୭୩୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୩୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୮୦ଜଣ, କଟକରୁ ୧୦୧ ଜଣ,କନ୍ଧମାଳ ଜିଲ୍ଲାରୁ ୬୦ ଜଣ,କୋରାପୁଟରୁ ୯୦ ଜଣ, କେନ୍ଦ୍ରାପଡ଼ାରୁ ୬ଜଣ ,କେଉଁଝରରୁ ୧୦ଜଣ ଓ କଳାହାଣ୍ଡିରୁ ୪୮ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୫୯ଜଣ ,ସୁନ୍ଦରଗଡ଼ରୁ ୮୮ ଜଣ ଓ ସୋନପୁର ଜିଲ୍ଲାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡା ଜିଲ୍ଲାରୁ ୭୦ଜଣ, ଯାଜପୁର ଜିଲ୍ଲାରୁ ୬୯ ଜଣ ,ଜଗତସିଂହପୁରରୁ ୩୪ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୧ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୨୨ଜଣ, ବାଲେଶ୍ଵରରୁ ୫୬ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୭ଜଣ ,ବୌଦ୍ଧଜିଲ୍ଲାରୁ ୫ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୧୧୮ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୯୩ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୮୩ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୭୫ ଜଣ ,ନବରଙ୍ଗପୁରରୁ ୧୭ ଜଣ ଓ ନୂଆପଡ଼ାରୁ ୨୦ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୪୦ଜଣ,ଦେଓଗଡରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୨ଜଣ ସଂକ୍ରମିତ ହୋଇଛନ୍ତି।ମୟୁରଭଞ୍ଜ ରୁ ୧୨୦ ଜଣ ଏବଂ ମାଲକାନଗିରିରୁ ୫୨ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ଲକ୍ଷ ୭ ହଜାର ୮୨୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫୪ ହଜାର ୬୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ହଜାର ୯୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୧୬ହଜାର ୩୫୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।