ଭୁବନେଶ୍ଵର : ରାଜ୍ୟରେ ଆଜି ୧୦୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୦୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୮ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ୧୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୬୧ ଜଣ କନ୍ଧମାଳ ରୁ ୧୧ ଜଣ,କୋରାପୁଟ ରୁ୬୬ ଜଣ, କେନ୍ଦ୍ରାପଡ଼ା ରୁ ୮ ଜଣ ଓ କଳାହାଣ୍ଡି ରୁ ୧୧ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା ଜିଲ୍ଲା ରୁ ୨୪ ଜଣ ଚିହ୍ନଟ ହୋଇଛନ୍ତି।ସମ୍ବଲପୁର ଜିଲାରୁ ୨୧ ଜଣ ,ସୁନ୍ଦରଗଡ଼ ଜିଲ୍ଲାରୁ ୧୧୨ଜଣ ଓ ସୋନପୁର ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୨୦ଜଣ ,ଜଗତସିଂହପୁର ରୁ ୩ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୨ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ ରୁ ୫ ଜଣ, ବାଲେଶ୍ଵର ରୁ ୨୯ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ଏବଂ ବଲାଙ୍ଗୀରି ଜିଲ୍ଲାରୁ ୨୬ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତି ରୁ ୮୮ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୧୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡ ରୁ ୨୯ ଜଣ ,ନବରଙ୍ଗପୁର ରୁ ୨୬ ଜଣ ଏବଂ ନୂଆପଡ଼ାରୁ ୧୧ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳ ରୁ ଜଣେ ଓ ଦେଓଗଡ ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ୨୦ ସଂକ୍ରମିତ ହୋଇଛନ୍ତି। ଏବଂ ମୟୁରଭଞ୍ଜ ରୁ ୨୦ ଜଣ ଓ ମାଲକାନଗିରି ରୁ ଜଣେ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪ ଲକ୍ଷ ୮୭ ହଜାର ୩୧୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨୯ ହଜାର ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ହଜାର ୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାର ୯୨୦ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।