Covid19 New Guidelines: ମଲ୍‍,ରେସ୍ତୋରା ଓ ଧର୍ମସ୍ଥଳଗୁଡ଼ିକ ପାଇଁ ନୂଆ କୋଭିଡ଼ ମାର୍ଗଦର୍ଶିକା ଜାରି

Share this:

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ ଦୈନିକ କରୋନା (Covid-19 ) ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ଦେଶରେ ୧୭ହଜାର ୪୦୭ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହିତ ୮୯ ଜଣଙ୍କ ମୃତ୍ୟୁ ହୋଇଛି। ‌ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧କୋଟି ୧୧ଲକ୍ଷ ୫୬ହଜାର ୯୨୩ ପହଞ୍ଚିଛି। ସେହିପରି ମୃତ୍ୟୁସଂଖ୍ୟା ୧ଲକ୍ଷ ୫୭ହଜାର ୪୩୫ ରହିଛି। ଏଥିସହିତ ସକ୍ରିୟ ମାମଲା ୧ ଲକ୍ଷ ୭୩ ହଜାର ୪୧୩କୁ ବୃଦ୍ଧି ପାଇଛି। ଯାହାକି ମୋଟ ସଂକ୍ରମଣ ମାମଲାର ୧.୫୫ ପ୍ରତିଶତ। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୨୬ ହଜାର ୭୫ରେ ପହଞ୍ଚିଛି।

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ମଲ୍‍, ରେସ୍ତୋରା ଓ ଧର୍ମସ୍ଥଳଗୁଡ଼ିକ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହିସବୁ ସ୍ଥାନରେ ଫେସ ମାସ୍କ ସାମାଜିକ ଦୂରତା ନିୟମକୁ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ମଲ୍‍ରେ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଭିନ୍ନ ଭିନ୍ନ କରିବା ପାଇଁ କୁହାଯାଇଛି। ସେହିପରି ରେସ୍ତୋରାଗୁଡ଼ିକ କୋଭିଡ୍‍ ସତର୍କତା ଅବଲମ୍ବନ କରି ଖାଦ୍ୟ ପରିବେଷଣ କରିବେ। ଖାଦ୍ୟ ହୋମ୍‍ ଡେଲିଭରି କରୁଥିବା କର୍ମଚାରୀମାନଙ୍କ ଥର୍ମାଲ୍‍ ସ୍କ୍ରିନିଂକୁ ବାଧ୍ୟତା ମୂଳକ କରାଯାଇଛି। ଧର୍ମସ୍ଥଳଗୁଡ଼ିକର ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

[amazon_auto_links id=”10233″]

Also Read | Corona Pandemic: ବିଶ୍ୱରେ କରୋନା ମୁକାବିଲା କ୍ଷେତ୍ରରେ ଭାରତ ସଫଳ:କେନ୍ଦ୍ରସ୍ଵାସ୍ଥ୍ୟ ମନ୍ତ୍ରୀ

Share this:

Leave a Reply

Your email address will not be published. Required fields are marked *