ରାଜ୍ୟ ରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬୧୨କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ଦଶ ହଜାର ରୁ ଅଧିକ

Share this:

ରାଜ୍ୟରେ ଆଜି  ଆଉ ୬୧୨  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୪୭୬ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୭୦ ଜଣ , ସୁନ୍ଦରଗଡ଼ ରୁ ୮୪ ଜଣ, କେଉଁଝର ରୁ ୪୮,ଗଜପତି ରୁ ୩୫, ବାଲେଶ୍ଵର ରୁ ୩୧ , ଜଣ, ଖୋର୍ଦ୍ଧା ଜିଲ୍ଲା ୨୮ ଜଣ,ନୟାଗଡ ରୁ ୨୫ ଜଣ, ଯାଜପୁର ରୁ ୨୦ଜଣ, ମୟୁରଭଞ୍ଜ  ରୁ ୧୫ ଜଣ ,କଟକ ରୁ ୧୦ଜଣ, କୋରାପୁଟ ରୁ ୧୦ ଜଣ, ଜଗତସିଂପୁର ରୁ ୧୦ ଜଣ, ବରଗଡ଼  ଜିଲାରୁ ୬ ଜଣ, ପୁରୀ  ରୁ ୬ ଜଣ, ବଲାଙ୍ଗୀରି ରୁ ୫ ଜଣ,କେନ୍ଦ୍ରାପଡ଼ା ରୁ ୩ ଜଣ,କଳାହାଣ୍ଡି ଓ କନ୍ଧମାଳ ରୁ ୨ ଜଣ ,ସମ୍ବଲପୁର ଓ ରାୟଗଡ଼ା ରୁ ଜଣେ ଲେଖାଏଁ  ସୁସ୍ଥ ହୋଇଛନ୍ତି।

Share this: