ରାଜ୍ୟ ରେ ସୁସ୍ଥ ହେଲେ ୩୯୦ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୭୫୦କୁ ବୃଦ୍ଧି

Share this:

ରାଜ୍ୟରେ ଆଜି  ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮,୭୫୦ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୦୬  ଜଣ , କଟକ ରୁ ୭୧ ଜଣ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ରୁ ୩୮ ଜଣ, ଯାଜପୁର ରୁ ୨୫ ଜଣ ,ନବରଙ୍ଗପୁର ରୁ ୨୪ ଜଣ ,ସମ୍ବଲପୁରରୁ ୨୨ ଜଣ ଖୋର୍ଦ୍ଧା ଜିଲ୍ଲା ରୁ ୧୫ ଜଣ, ବାଲେଶ୍ଵର ରୁ ୯ ଜଣ ଓ ବରଗଡ଼ ଜିଲ୍ଲା ରୁ ୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳ,କଳାହାଣ୍ଡି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂପୁର ଓ କୋରାପୁଟ  ଜିଲ୍ଲାରୁ ୪ ଜଣ ଲେଖାଏଁ  ସୁସ୍ଥ ହୋଇଛନ୍ତି। ଭଦ୍ରକ,ବୌଦ୍ଧ ଓ କେଉଁଝର ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡ଼ ଓ ପୁରୀ ରୁ ୨ ଜଣ ସୁସ୍ଥ ହୋଇଛନ୍ତି।   

Share this: