ଓଡ଼ିଶାରେ ଆଜି ନୂଆ ୧୫୨୮ ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର : ରାଜ୍ୟରେ ଆଜି ୧୫୨୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୯୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୮୦ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୩୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୨୧୮ ଜଣ, କଟକରୁ ୭୨ ଜଣ,କନ୍ଧମାଳ ଜିଲ୍ଲାରୁ ୧୭ ଜଣ,କୋରାପୁଟରୁ ୬୭ ଜଣ, କେନ୍ଦ୍ରାପଡ଼ାରୁ ୧୭ଜଣ ,କେଉଁଝରରୁ ୫ ଜଣ ଓ କଳାହାଣ୍ଡିରୁ ୩୧ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୬୮ ଜଣ ,ସୁନ୍ଦରଗଡ଼ ରୁ ୧୨୬ ଜଣ ଓ ସୋନପୁର ଜିଲ୍ଲାରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡା ଜିଲ୍ଲା ରୁ ୨୭ ଜଣ, ଯାଜପୁର ଜିଲ୍ଲାରୁ ୩୩ ଜଣ ,ଜଗତସିଂହପୁରରୁ ୨୨ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୧୦ଜଣ, ବାଲେଶ୍ଵରରୁ ୪୩ ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୫୯ ଜଣ ,ବୌଦ୍ଧଜିଲ୍ଲା ରୁ ୭ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୭୦ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୩୧ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୨୬ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୩୨ ଜଣ ,ନବରଙ୍ଗପୁରରୁ ୨୩ଜଣ ଓ ନୂଆପଡ଼ା ରୁ ୨ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୧୦୭ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୨୨ଜଣ ଓ ମାଲକାନଗିରିରୁ ୩୮ ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୬ ଲକ୍ଷ ୬୯ ହଜାର ୨୬୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪୭ହଜାର ୪୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧ ହଜାର ୭୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୧୫ ହଜାର ୩୩୪ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।