Nayagarh News: ନୟାଗଡ଼ ମଣିନାଗ ପୀଠରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ନୟାଗଡ: Nayagarh district Maninaga Pitha ନୟାଗଡ଼ ଜିଲ୍ଲା ରଣପୁର (Ranapur) ର ପ୍ରସିଦ୍ଧ ମା’ ମଣିନାଗ ପୀଠର (Nayagarh) ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁରୁବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଙ୍କ ଦ୍ଵାରା ଆଜି ଗୁରୁବାର ଲୋକାର୍ପିତ ହୋଇଯାଇଛି। ମା’ଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ବୀରଭୂମି ଓ ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳର ସ୍ୱାଭିମାନୀ ନାଗରିକମାନଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି।

ଇଣ୍ଡିଆନ ଅଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ (IOCL-Corporate Social Responsibility) ଅନ୍ତର୍ଗତ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ମଣିନାଗ ପୀଠରେ ୧୦୦ ଫୁଟ ଲମ୍ବ ଓ ୪୦ ଫୁଟ ଓସାର ବିଶିଷ୍ଟ ଗୋଷ୍ଠୀ କେନ୍ଦ୍ର ସମେତ ଆନ୍ୟାନ୍ୟ ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯାଇଛି। ଏଠାରେ ବିଦ୍ୟୁତ୍ ଏବଂ ପାନୀୟ ଜଳ ସୁବିଧା ସାଙ୍ଗକୁ ଶୌଚାଳୟ  ସୁବିଧା ରହିଛି। ୧୪ ଗୋଟି ସୋଲାର ଲାଇଟ୍ ଦ୍ୱାରା ତଳ ମଣିନାଗ ମନ୍ଦିର ପରିସରର ଆଲୋକୀକରଣ ସାଙ୍ଗକୁ ମଣିନାଗ ପୀଠର ଅଧପନ୍ତରିଆ ଭାବେ ଥିବା ତୋରଣର କାମ ପୂର୍ଣ୍ଣାଙ୍ଗ ହୋଇଛି। ଉପର ମଣିନାଗ ମନ୍ଦିର ପରିସରର ଆଲୋକୀକରଣ ପାଇଁ ଗୋଟିଏ ହାଇ ମାଷ୍ଟ ଲାଇଟ୍ ଟାୱାର ଓ ଚାରୋଟି ଫୋକସ୍ ଲାଇଟର ବ୍ୟବସ୍ଥା କରାଯାଇଛି। ଏହି ସୁବିଧା ଦ୍ୱାରା ଆଗନ୍ତୁକ ଓ ପର୍ଯ୍ୟଟକମାନେ ବିଶେଷ ଉପକୃତ ହେବେ। ପୀଠକୁ ଆଗାମୀ ଦିନରେ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇବ। ରଣପୁରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ପର୍ବତମାଳାର ଶିଖରରେ ପ୍ରାକୃତିକ ମନୋରମ ପରିବେଶରେ ଗଢ଼ି ଉଠିଥିବା ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣକୁ ଆଗେଇ ନେଇଥିବାରୁ ଇଣ୍ଡିଆନ ଅଏଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

scooty

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୬ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଆଗାମୀ ୨୫ ବର୍ଷ ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଆହ୍ୱାନ କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ଅଞ୍ଚଳ, ସଂସ୍କୃତି, ସପ୍ତରଙ୍ଗୀ ଓ ଆର୍ଥିକ ପେଣ୍ଠସ୍ଥଳୀର ସମ୍ଭାବନା ରଖୁଥିବା ନୟାଗଡ଼ ଜିଲ୍ଲାର ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମଣିନାଗଙ୍କ ଆଶୀର୍ବାଦରେ ସାମୂହିକ ଉଦ୍ୟମରେ ବିକଶିତ କରାଯିବ। ରଣପୁରର ବୀର ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ସାହସ, ବୀରତ୍ୱ, ପରାକ୍ରମ ଚିର ସ୍ମରଣୀ । ତାଙ୍କର ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଦେଶ ସ୍ୱାଧୀନତା ପୂର୍ତ୍ତିର ୭୫ ବର୍ଷ ଯାତ୍ରା ଅବସରରେ ‘ଅମୃତ ମହୋତ୍ସବ’ ପାଳନ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ମତ ରଖିଛନ୍ତି।  

ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ଦର୍ଶନ କରିଥିଲେ। ରଣପୁର ସ୍ଥିତ ‘ଶହୀଦ ରଘୁ- ଦିବାକର’ ସ୍ମୃତି ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସିକୋ ଠାରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ହଟନାଥ ମଙ୍ଗରାଜଙ୍କୁ ଭେଟି ଆଶୀର୍ବାଦ ନେବା ସହ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ସାକ୍ଷାତ୍ କରିବା ସହ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ।

ଏଥିସହିତ କେନ୍ଦ୍ରମନ୍ତ୍ରୀଙ୍କୁ ଗଡ଼ ଖୋର୍ଦ୍ଧା,  ମଳିପଡା, ଜଙ୍କିଆ, ଛଣଗିରି ଓ ସିକୋ ସମେତ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

Read Also | Puri Vedic Vidyalaya: ପୁରୀରେ ‘ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

surf
Share this:

Leave a Reply

Your email address will not be published. Required fields are marked *