ଧୋନି କାହିଁକି ହଠାତ୍ ଅବସର ନେଲେ… ସୁନୀଲ ଗାଭାସ୍କର ତାର କାରଣ କହିଲେ

Share this:

ନୂଆଦିଲ୍ଲୀ:ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍ ଆଉ କ୍ରିକେଟ ପ୍ରେମୀଙ୍କୁ ଦେଖିବାକୁ ମିଳିବନି। କ୍ରିକେଟରେ ଭାରତକୁ ବିଶ୍ୱ ସ୍ତରରେ ଏକ ଭିନ୍ନ ସ୍ଥାନକୁ ନେଇଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅଗଣିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି  ଅଗଷ୍ଟ ୧୫ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଗତ ଏକ ବର୍ଷ ଧରି ତାଙ୍କ ଅବସର ନେଇ ଚାଲିଥିବା ଅନୁମାନ ମଧ୍ୟ ଶେଷ ହୋଇଥିଲା।  

ମାହିଙ୍କ ନିଷ୍ପତ୍ତିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଉପରେ ଭାରତର ପୂର୍ବତନ ଅଧିନାୟକ ତଥା ଓପନର୍ ସୁନୀଲ ଗାଭାସ୍କର କାରଣ ଦର୍ଶାଇଛନ୍ତିଯେ ଧୋନି ଶେଷରେ କାହିଁକି ଏହି ନିଷ୍ପତ୍ତି ନେଇଛନ୍ତି।ଏକ ଘରୋଇ ଗଣମାଧ୍ୟମ ସହିତ  କଥାବାର୍ତ୍ତା ବେଳେ ଗାଭାସ୍କର କହିଛନ୍ତି ଯେ ଧୋନି ନିଶ୍ଚିତ ଭାବରେ ଜାଣିବାକୁ ଚାହୁଁଛନ୍ତି ଯେ ସେ ଆଇପିଏଲରେ କିପରି ପ୍ରଦର୍ଶନ କରୁଛନ୍ତି। ତା’ପରେ ସେ ଟି -୨୦ବିଶ୍ୱକପରେ ଖେଳିବେ କି ନାହିଁ ତାହା ଆକଳନ କରିବେ। କରୋନା ଭୂତାଣୁ କାରଣରୁ ଆଇପିଏଲ୍ ଆଗକୁ ବଢୁଥିବାରୁ ଏବଂ  ଟି -୨୦ ୱାର୍ଲ୍ଡ କପ୍  ୨୦୨୨  ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବାରୁ  ଧୋନି ଭାବିଥିଲେ ଯେ ଅନ୍ତର୍ଜାତୀୟ କ୍ରିକେଟ୍ ସହ ଜଡିତ ରହିବା ଅନୁଚିତ ଏବଂ ସେ ଅବସର ନେବାକୁ ନିଷ୍ପତ୍ତି ନେଲେ। ତାଙ୍କ ମତରେ ଯଦି ଏହି ବର୍ଷ ଟି -୨୦ବିଶ୍ୱକପ ହୋଇଥାନ୍ତା, ତେବେ ଧୋନୀ ନିଶ୍ଚିତ ଏଥିରେ ଖେଳିଥାନ୍ତେ।

ସୂଚନାଯୋଗ୍ୟ, ଟିମ ଇଣ୍ଡିଆ ଧୋନୀଙ୍କ ନେତୃତ୍ଵରେ  ୨୦୦୭ରେ ଟି -୨୦ବିଶ୍ୱକପ, ୨୦୧୧ ରେ କ୍ରିକେଟ୍ ବିଶ୍ୱକପ ଏବଂ ୨୦୧୩ ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ୟୁଏଇରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ  ଆଇପିଏଲ ଅନୁଷ୍ଠିତ ହେବ ଏବଂ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବେ ନଜର ଆସିବେ।

Share this: