ଦେଶରେ କରୋନା ସୁସ୍ଥ ଙ୍କ ସଂଖ୍ୟା ବୃଦ୍ଧି, ମହାରାଷ୍ଟ୍ର ରେ ମୃତୁ ସଂଖ୍ୟା ୧୦,୪୮୨

Share this:

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୮୮ ରୋଗୀ ସୁସ୍ଥ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ ୨୮,୪୯୮ ନୂତନ ମାମଲା ମଧ୍ୟ ରିପୋର୍ଟ କରାଯାଇଛି। ଦେଶରେ କରୋନା ସଂକ୍ରମଣର ସଂଖ୍ୟା ୯  ଲକ୍ଷ ଅତିକ୍ରମ କରିଛି | ଏଥିମଧ୍ୟରୁ ୫.୫୩ ଲକ୍ଷରୁ ଅଧିକ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ, ସକ୍ରିୟ ମାମଲାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୨,୫୯,୮୯୪ କୁ ବୃଦ୍ଧି ପାଇଛି। ସୁସ୍ଥ ରୋଗୀଙ୍କ ହାର ୬୩.୦୨ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ   ୨୮,୪୯୮ ଟି ନୂଆ କରୋନା ଭୂତାଣୁ  ହୋଇଥିବାବେଳେ ୫୫୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ସମୁଦାୟ କରୋନା ଜୀବାଣୁ ସଂଖ୍ୟା ୯ ଲକ୍ଷ ୬  ହଜାର ୭୫୨କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୩  ଲକ୍ଷ ୧୧  ହଜାର ୫୬୫ ସକ୍ରିୟ ମାମଲା ହୋଇଥିବାବେଳେ ୫  ଲକ୍ଷ ୭୧  ହଜାର ୪୬୦ ଲୋକ ସୁସ୍ଥ ହେବା ପରେ ନିଜ ଘରକୁ ଯାଇଛନ୍ତି। ମାରାତ୍ମକ କରୋନା ଭୂତାଣୁ  ଯୋଗୁଁ ଦେଶରେ ମୋଟ ୨୩,୭୩୭ ଜଣଙ୍କର ମୃତ୍ୟୁ ଘଟିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସୂଚନା ଦେଇଛି ଯେ ଜୁଲାଇ ୧୩  ପର୍ଯ୍ୟନ୍ତ ଦେଶରେ୧ କୋଟି ୨୦ ଲକ୍ଷ ୯୨ ହଜାର ୫୦୩ ନମୁନା ପରୀକ୍ଷା କରାଯାଇଛି। ଗତ ୨  ଘଣ୍ଟା ମଧ୍ୟରେ ଏହି ୨ ଲକ୍ଷ ୮୬ ହଜାର ୨୪୭ ଟି  ନମୁନା ପରୀକ୍ଷା କରାଯାଇଛି

ସେହିପରି ,ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୪୯୭  ଟି କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୬୦ ହଜାର ୯୨୪ କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୧୦,୪୮୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧,୪୪,୫୦୭ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧  ଲକ୍ଷ ୫  ହଜାର ୯୩୫। ତାମିଲନାଡୁ ସମେତ ଦକ୍ଷିଣ ଭାରତ ରେ  ଦ୍ରୁତ ଗତିରେ କରୋନା ଆକ୍ରାନ୍ତ ଙ୍କ ବୃଦ୍ଧି ପାଉଛି। ତାମିଲନାଡୁରେ ୪୩୨୮ ନୂତନ ମାମଲା, ଆନ୍ଧ୍ରପ୍ରଦେଶରେ ୧,୯୩୮ ଏବଂ କେରଳରେ ୪୪୯  ଟି ମାମଲା ରହିଛି । ଏପର୍ଯ୍ୟନ୍ତ ତାମିଲନାଡୁରେ ୨,୦୩୨ ଲୋକ, ଆନ୍ଧ୍ରପ୍ରଦେଶରେ ୩୬୫  ଏବଂ କେରଳରେ ୩୩ ଜଣ ପ୍ରାଣ ହରାଇଛନ୍ତି।

Share this: