ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ସଂକ୍ରମିତ
ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ କରୋନା ରେ ସଂକ୍ରମୟତ ହୋଇଛନ୍ତି। ସେ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ କୋଭିଡ -୧୯ ର ଲକ୍ଷଣ ଅନୁଭବ କରୁଥିଲି, ପରୀକ୍ଷା ପରେ ମୋର ରିପୋର୍ଟ ପଜିଟିଭ ଆସିଛି। ମୁଁ ମୋର ସମସ୍ତ ସହକର୍ମୀଙ୍କୁ ନିବେଦନ କରୁଛି ଯେ ଯିଏ ମୋ ସହିତ ଯୋଗାଯୋଗରେ ଥିଲେ, ସେମାନେ କରୋନା ପରୀକ୍ଷା କରାଇନିଅନ୍ତୁ ଏବଂ କ୍ୱାରାଣ୍ଟାଇନ୍ ରେ ରୁହନ୍ତୁ।
ଦ୍ୱିତୀୟ ଟୁଇଟ୍ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି କୋଭିଡ ୧୯ କୁ ଠିକ୍ ସମୟରେ ଚିକିତ୍ସା କରାଯାଏ, ତେବେ ବ୍ୟକ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯିବ। ମୁଁ ୨୫ ମାର୍ଚ୍ଚ ଠାରୁ ପ୍ରତି ସନ୍ଧ୍ୟାରେ କରୋନା ସଂକ୍ରମଣର ସ୍ଥିତି ସମୀକ୍ଷା କରୁଛି। ମୁଁ ବର୍ତ୍ତମାନ ଯଥାସମ୍ଭବ ଭିଡିଓ କନଫରେନ୍ସିଂ ସହିତ କରୋନା ସମୀକ୍ଷା କରିବାକୁ ଚେଷ୍ଟା କରିବି।
ସୂଚନାଯୋଗ୍ୟ ,ଦୁଇ ଦିନ ପୂର୍ବେ ମଧ୍ୟପ୍ରଦେଶ ସମବାୟ ମନ୍ତ୍ରୀ ଅରବିନ୍ଦ ସିଂ ଭଦୋରିଆଙ୍କୁ କରୋନା ଜୀବାଣୁ ପଜିଟିଭ୍ ଥିବା ଜଣାପଡିଛି। ମନ୍ତ୍ରୀ ସୋମବାର ଏକ କ୍ୟାବିନେଟ ବୈଠକ ରେ ଯୋଗଦେଇ ମଙ୍ଗଳବାର ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଲକ୍ଷ୍ନୌ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ରାଜ୍ୟର ମୋଟ ୨୬ ହଜାର ୨୧୦ ସଂକ୍ରମିତ ଲୋକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୭,୮୬୬ ରୋଗୀ ଉଦ୍ଧାର ହୋଇଛନ୍ତି ଏବଂ ୭ ହଜାର ୫୫୩ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।