୨୪ ଘଣ୍ଟାରେ ଭାରତରେ ୬୪ହଜାର ୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ,୧୦୦୭ ମୃତ;ମୋଟ ୪୮ ହଜାରରୁ ଅଧିକ ରୋଗୀଙ୍କ ମୃତ୍ୟୁ

Share this:

ନୂଆଦିଲ୍ଲୀ:ଭାରତରେ ବଢିଚାଲିଛି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ୧୯ର ୬୪ ହଜାର ୫୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧,୦୦୭ ଜଣଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ ୪୮ ହଜାର ୪୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର ୫୫୬ ରେ ପହଁଞ୍ଚିଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୭ ଲକ୍ଷ ୫୧ ହଜାର ୫୯୫ ରୋଗୀ କରୋନାଙ୍କୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ  ୬ ଲକ୍ଷ ୬୧ ହଜାର ୫୯୫ ରୋଗୀ ସକ୍ରିୟ ଅଛନ୍ତି। ଭାରତରେ ଆରୋଗ୍ୟ ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କେନ୍ଦ୍ରର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ପରାମର୍ଶରେ ରୋଗୀମାନଙ୍କର ଚିକିତ୍ସା ଓ ସେବାଯତ୍ନ କରାଯାଉଛି। ଆରୋଗ୍ୟ ହାର ୭୦.୭୭ ପ୍ରତିଶତ ହୋଇଛି। ସେହିଭଳି ଆକ୍ରାନ୍ତଙ୍କ ମୃତ୍ୟୁହାର ଆହୁରି ହ୍ରାସ ପାଇ ୧.୯୬ ପ୍ରତିଶତରେ ପହଞ୍ଚିଛି ।

Share this: