ରେକର୍ଡ ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ପାର
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୭୫ ହଜାର ୭୬୦ ନୂଆ କରୋନା ଭୂତାଣୁ (COVID19) ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ସଂଖ୍ୟକ ପଜିଟିଭ ସଂଖ୍ୟା। ଏଥିସହିତ ଗତ ୨୪ଘଣ୍ଟା ମଧ୍ୟରେ ୧୦୨୩ ରୋଗୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି।
ଭାରତରେ ମୋଟ କରୋନା ମାମଲା ବର୍ତ୍ତମାନ ୩୩ ଲକ୍ଷ ୧୦ ହଜାର ୨୩୫ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭ ଲକ୍ଷ ୨୫ ହଜାର ୯୯୧ ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହା ସହିତ ୨୫ ଲକ୍ଷ ୨୩ ହଜାର ୭୭୨ ରୋଗୀ ସୁସ୍ଥ ହୋଇଯାଇଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।
କରୋନା ଭୂତାଣୁ କାରଣରୁ ଭାରତରେ ବର୍ତ୍ତମାନ ସୁଦ୍ଧା ୬୦ ହାଜର ୪୭୨ ରୋଗୀ ପ୍ରାଣ ହରାଇଛନ୍ତି।
ସବୁଠାରୁ ବେଶୀ କରୋନା ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ, ୧୪,୮୮୮ ଟି କରୋନା ସଂକ୍ରମଣର ରିପୋର୍ଟ ହୋଇଥିବାବେଳେ ୨୯୫ ସଂକ୍ରମିତ ମୃତ୍ୟୁ କରିଥିବା ରେକର୍ଡ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୭ ଲକ୍ଷ ୧୮ ହାଜର ୭୧୧ ଯେଉଁଥିରୁ ୫ ଲକ୍ଷ ୨୨ ହଜାର ୪୨୭ ରୋଗୀ ସୁସ୍ଥ ହୋଇଯାଇଥିବାବେଳେ ଏକ ଲକ୍ଷ ୭୨ ହାଜର ୮୭୩ ସକ୍ରିୟ ରୋଗୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
Also Read:
କାମ୍ପା ପାଣ୍ଠି ଅଧୀନରେ ଓଡ଼ିଶାକୁ ମିଳିଛି ୮୯୩୩.୯୮ କୋଟି ଟଙ୍କା:ଧର୍ମେନ୍ଦ୍ର ପ୍ରଧାନ