Koraput News: ଯବାନଙ୍କ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ
କୋରାପୁଟ: Koraput News କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍ ଗୁପ୍ତେଶ୍ୱର ପଞ୍ଚାୟତର ମାଳିପଦର ଜଙ୍ଗଲରେ ଏସ୍ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି।
ଆଜି ଶୁକ୍ରବାର ଏସମ୍ପର୍କରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍ ସୂଚନାଦେଇ କହିଛନ୍ତି। ଏସ୍ଓଜି ପକ୍ଷରୁ ମଧ୍ୟରାତ୍ରିରେ କମ୍ବିଂ ଅପରେସନ ଚାଲିଥିଲା। ଏହିସମୟରେ ପାଖାପାଖି ୨୦ ରୁ ଊର୍ଦ୍ଧ୍ୱ ମାଓବାଦୀ ଜଙ୍ଗଲରେ ଶିବିର କରିଥିବା ସୂଚନା ମିଳିଥିଲା। ମାଳିପଦର ନିକଟ ଜଙ୍ଗଲରେ ପୋଲିସକୁ ଦେଖି ହଠାତ୍ ମାଓବାଦୀଙ୍କ ପକ୍ଷରୁ ଗୁଳିଚଳାନା ଆରମ୍ଭ ହୋଇଥିଲା। ଏସ୍ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଦୁଇଜଣ ମାଓବାଦୀର ମୃତ୍ୟୁ ହୋଇଛି। ଏଥିସହିତ ବହୁତ ପରିମାଣର ମାଓ ସାମଗ୍ରୀ ତଥା ୩ଟି ବନ୍ଧୁକ, ଗୋଟିଏ ଟିଫିନ୍ ବୋମା, ୫ଟି ଡିଟୋନେଟର, ଗୁଳି ସହ ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ପୁସ୍ତକ ଏବଂ ଗଞ୍ଜେଇ ଜବତ ହୋଇଛି।
କୋରାପୁଟ ଜିଲ୍ଲାର (Koraput News) ବୈପାରିଗୁଡ଼ା ବ୍ଲକର ତୁଳସୀପାହାଡ଼, ବଦଳିପାହାଡ, ମାଳିପଦରରେ ଏବେବି ବହୁ ମାଓବାଦୀଙ୍କ ଗତିବିଧି ରହିଥିବା ସ୍ପଷ୍ଟ ହୋଇଛି। ଉପରୋକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଡିଆଇଜି କହିଛନ୍ତି। ଘଟଣାସ୍ଥଳରେ ଫୋର୍ସ୍ ମୁତୟନ କରାଯାଇଛି। ଜଙ୍ଗଲରେ କମ୍ବିଂ ଅପରେସନ୍ ଜାରି ରହିଥିବା ଡିଆଇଜି ସୂଚନା ଦେଇଛନ୍ତି।
Read Also | President Droupadi Murmu: ରାଷ୍ଟ୍ରପତି ବଡ଼ଦାଣ୍ଡରେ ଭାବବିହ୍ଵଳ