Kalia Yajona eKyc: ମିଳିଲା କାଳିଆ କିସ୍ତି; ଟଙ୍କା ପାଇନଥିଲେ, କରନ୍ତୁ ekyc

Share this:

ଭୁବନେଶ୍ୱର: Kalia Yajona eKyc: ମିଳିଲା କାଳିଆ ଯୋଜନାର ଅଷ୍ଟମ କିସ୍ତି। ଆଜି ନୂଆଖାଇ (Nuakhai) ଅବସରେ ଚାଷୀଙ୍କୁ ନୂଆଖାଇ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)। ଆଜି ଗୁରୁବାର ରାଜ୍ୟର କାଳିଆ ଯୋଜନା ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ଏହି ଯୋଜନାରେ ମୋଟ ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି। ଏହି ବାବଦକୁ ମୋଟ୍‌ ୮୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ନୂଆଖାଇ ମାଟି ମା’ର ପର୍ବ। ଆମର ଚାଷୀ ଭାଇ ମାନଙ୍କ ପରିଶ୍ରମ ଯୋଗୁ ଆମେ ସମସ୍ତେ ମାଟି ମା’ର ଆଶୀର୍ବାଦ ପାଉ। ତେଣୁ ଚାଷୀ ଆମର ଗର୍ବ ଓ ଗୌରବ। ଏହି ପବିତ୍ର ଦିନରେ ମୋର ଚାଷୀ ଭାଇ ଓ ଭଉଣୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଁ ବହୁତ ଖୁସି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କାଳିଆ ଯୋଜନା ଦେଶର ସବୁଠାରୁ ଭଲ ଯୋଜନା। ଛୋଟ ଚାଷୀମାନଙ୍କ ପାଇଁ ଏହା ଆଶା ଓ ଭରସା ସୃଷ୍ଟି କରିପାରିଛି । ଭୂମିହୀନ ଚାଷୀମାନଙ୍କ ଜୀବିକାର ସୁରକ୍ଷା ପାଇଁ ମଧ୍ୟ ଏହା ବହୁତ ସାହାଯ୍ୟ କରୁଛି।

ସୂଚନାଯୋଗ୍ୟ ଗତ ମେ ମାସରେ ଅକ୍ଷୟ ତୃତୀୟା ଅବସରରେ ଚାଷୀମାନଙ୍କୁ ସପ୍ତମ କିସ୍ତିରେ ୮୦୦ କୋଟି ଟଙ୍କାରୁ ଅଧିକ ସହାୟତା ଦିଆଯାଇଥିଲା।

ଯଦି କେହି ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା କିସ୍ତି ଆସି ନାହି ତାହେଲେ ସେମାନେ ekyc ଅତି ଶୀଘ୍ର କରନ୍ତୁ। eKyc କରିବା ପାଇଁ ଏହି ଏହି ୱେବସାଇଟକୁ https://kaliaportal.odisha.gov.in/ekyc.aspx ଯାଆନ୍ତୁ। eKyc ପାଇଁ ଏଠାରେ Click କରନ୍ତୁ…

Read Also | Cabinet Approves: ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର ସରକାର, ଖର୍ଚ୍ଚ ହେବ ୧୨ଶହ କୋଟି ଟଙ୍କା

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *