ଜେଇ ମେନ ଓ ନିଟ ୨୦୨୦ ନିର୍ଦ୍ଦିଷ୍ଟ ତାରିଖରେ ପରୀକ୍ଷା ହେବ: ସୁପ୍ରିମକୋର୍ଟ; ଆବେଦନ ଖାରଜ

Share this:

ନୂଆଦିଲ୍ଲୀ: JEE Main ଓ NEET 2020  ପ୍ରବେଶିକା ପରୀକ୍ଷା ଏବଂ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଉଭୟ ପରୀକ୍ଷା ପାଇଁ ଧାର୍ଯ୍ୟ ତାରିଖ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ କୋଭିଡ -୧୯ ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦେଖି ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ ଏବଂ ନିଟ୍ ୨୦୨୦ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନ କରାଯାଇଥିଲା। ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଜଷ୍ଟିସ ଅରୁଣ ମିଶ୍ର ପଚାରିଥିଲେ ଯେ,ଯଦି ପରୀକ୍ଷା ନହୁଏ ତେବେ ଏହା ଦେଶର କଣ କ୍ଷତି କରିବ ନାହିଁ? ଛାତ୍ରମାନଙ୍କର ଏକାଡେମିକ୍ ନଷ୍ଟ ହେବ। ସତର୍କତାର ସହିତ ପରୀକ୍ଷା କାହିଁକି କରାଯାଇପାରିବ ନାହିଁ?

ପୂର୍ବନିର୍ଧାରିତ ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଏବଂ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ହେବ।

Share this: