ଭାରତରେ ପ୍ରଥମ କରୋନା ଭାଇରସ୍ ପରୀକ୍ଷା ସୁବିଧା ଦିଲ୍ଲୀ ବିମାନବନ୍ଦରେ ଆରମ୍ଭ

Share this:

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (Indira Gandhi International Airport) ରେ ଭାରତର ପ୍ରଥମ କରୋନା ଭାଇରସ୍ (Corona Virus) ବିମାନବନ୍ଦର ପରୀକ୍ଷା ସୁବିଧା ଆରମ୍ଭ କରାଯାଇଛି।

ବିମାନବନ୍ଦରର ଟର୍ମିନାଲ୍ -୩ (Terminal-3) ରେ ଏହି ସୁବିଧା ଯୋଗାଇ ଦିଆଯାଉଛି। ସହରକୁ ପ୍ରବେଶ କରୁଥିବା କିମ୍ବା ଘରୋଇ ବିମାନ ପାଇଁ ନିର୍ଦ୍ଧାରିତ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ଉଦେଶ୍ୟ ନେଇ ଏହି ପରୀକ୍ଷଣ ସୁବିଧା କରାଯାଇଛି। ଉଚିତ କୋଭିଡ଼ (Covid-19) ନେଗେଟିଭ ପ୍ରମାଣପତ୍ର ବିନା ଯାତ୍ରା କରୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନେ ମଧ୍ୟ ବିମାନବନ୍ଦରରେ ପରୀକ୍ଷା ପାଇଁ ଏକ ସ୍ଲଟ୍ ବୁକ୍ କରିପାରିବେ। ବଡ଼ କଥା ହେଉଛି ଏହି ପରୀକ୍ଷା ଫଳାଫଳ ଚାରିରୁ ଛଅ ଘଣ୍ଟା ମଧ୍ୟରେ ଯାତ୍ରୀମାନଙ୍କୁ ଉପଲବ୍ଧ ହେଉଛି।  

ଦିଲ୍ଲୀ ବିମାନବନ୍ଦର ଅଧିକାରୀଙ୍କ ସୂଚନା ଅନୁସାରେ ଏହି ପରୀକ୍ଷା ଅନ୍ତର୍ଜାତୀୟ ଯାତ୍ରୀ (International Passengers) ଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ କିନ୍ତୁ ପରୀକ୍ଷା ନେଗେଟିଭ ହେଲେ ସେମାନେ ବାଧ୍ୟତାମୂଳକ ସାତ ଦିନିଆ ଅନୁଷ୍ଠାନିକ କ୍ଵରାଣ୍ଟାଇନ (Institutional Quarantine) ରୁ ଛାଡ ପାଇବାକୁ ଚୟନ କରିପାରିବେ।

Also Reaad:

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୩ ଶହ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ସହାୟତା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଓଡ଼ିଶାରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: