Covid19 India Update: ଦିନକେ ସର୍ବାଧିକ ୮୨,୯୬୧ ଜଣ କରୋନାରୁ ସୁସ୍ଥ
ନୂଆଦିଲ୍ଲୀ : ଭାରତରେ ଅଧିକ ସଂଖ୍ୟକଙ୍କ ରୋଗୀଙ୍କ ସୁସ୍ଥ ହେବା ହାର ଜାରି ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ସଂଖ୍ୟକ ରୋଗୀ କରୋନା (Corona Virus )ରୁ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୮୨ ହଜାର ୯୬୧ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଏହାଫଳରେ ଦେଶରେ ଆରୋଗ୍ୟ ହାର ୭୮.୫୩ %କୁ ବୃଦ୍ଧି ପାଇଛି। ବିଗତ ୭ ଦିନ ମଧ୍ୟରେ ହାରାହାରୀ ଆରୋଗ୍ୟ ସଂଖ୍ୟାକୁ ଦେଖିଲେ ଏହା ସ୍ଥିର ଭାବେ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୯ ହଜାର ୪୨୩ ଜଣ ଆରୋଗ୍ୟ ଲାଭ କରିଛନ୍ତି ଯାହାକି ମୋଟ ନୂଆ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟାର ୨୩.୪୧% ଅଟେ। ଆନ୍ଧ୍ରପ୍ରଦେଶ ୯ ହଜାର ୬୨୮, କର୍ଣ୍ଣାଟକ ୭ ହଜାର ୪୦୬, ଉତ୍ତର ପ୍ରଦେଶ ୬ ହଜାର ୬୮୦ ଏବଂ ତାମିଲନାଡ଼ୁରେ ୫ ହଜାର ୭୩୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ଯାହାକି ନୂଆ ଆରୋଗ୍ୟଙ୍କ ସଂଖ୍ୟାର ୩୫.୫ ପ୍ରତିଶତ।
ନୂତନ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୫୯% ୫ ଟି ରାଜ୍ୟରେ ଥିବା ଜଣାଯାଇଛି। ୨୭ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଆରୋଗ୍ୟ ହାର ୭୦ %ରୁ ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୯ ଲକ୍ଷ ୯୫ ହଜାର ୯୩୩ ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି।ଆରୋଗ୍ୟ ଓ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଆଜି ୨୯ ଲକ୍ଷ ୪୬ ହଜାର ୪୨୭ ହୋଇଛି। ଆରୋଗ୍ୟ ମାମଲାଗୁଡ଼ିକର ସଂଖ୍ୟା ସକ୍ରିୟ ମାମଲା ଠାରୁ ୩.୯୬ ଗୁଣ ଅଧିକ।
ସୂଚନାଯୋଗ୍ୟଯେ ବର୍ତ୍ତମାନ କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁରେ ପାଖାପାଖି ୬୦ % ସକ୍ରିୟ ମାମଲା ରହିଛି।ମୋଟ ସକ୍ରିୟ ମାମଲାର ୭୦% ୯ ଟି ସର୍ବାଧିକ ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ରହିଛି।
ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାର ୧୨୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାରରୁ ଅଧିକ ନୂଆ ମାମଲା ସହିତ ମହାରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି। ଏହାପଛକୁ ଆନ୍ଧ୍ରପ୍ରଦେଶରେ ୮୮୪୬ ଏବଂ କର୍ଣ୍ଣାଟକରେ ୭୫୭୬ ଟି ମାମଲା ଚିହ୍ନଟ ହୋଇଛି।
Also Read:
ବିଜେପି ସାଂସଦ ରବି କିଶନ ସଂସଦରେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ କହିଲେ ତଦନ୍ତ ହେବା ଆବଶ୍ୟକ