ଆଇସିସି ଟି -୨୦ ବିଶ୍ୱକପ୍ ୨୦୨୦ ସ୍ଥଗିତ ; ହୋଇପାରେ ଆଇପିଏଲ୍

Share this:

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ( ICC) ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପକୁ ସ୍ଥଗିତ ରଖିଛି। କରୋନା ଭୂତାଣୁ ଯୋଗୁଁ ଏହି ବିଶ୍ୱ ସ୍ତରୀୟ ଟୁର୍ନାମେଣ୍ଟ ବାତିଲ ହୋଇଛି। ଆଇସିସି ଟି -20 ବିଶ୍ୱକପ ସ୍ଥଗିତ ଥିବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତର କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ (BCCI), ଆଇପିଏଲ୍ ୨୦୨୦ ଅକ୍ଟୋବର-ନଭେମ୍ବର ପାଇଁ ପ୍ରସ୍ତୁତି ହେଉଛି।

ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର ଆଇସିସି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୦ ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା। କରୋନା ଭୂତାଣୁ ମହାମାରୀ ହେତୁ ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଖେଳାଯିବ ନାହିଁ। ଆଇସିସି ଟି -୨୦ ବିଶ୍ୱକପକୁ ସ୍ଥଗିତ ରଖି ଯୁକ୍ତି ଦର୍ଶାଇଥିଲା ଯେ ସେମାନେ ଦ୍ୱିପାକ୍ଷିକ ସିରିଜ୍ ପାଇଁ ସମୟ ନେବାର ଉଦ୍ଦେଶ୍ୟରେ ଚଳିତ ବର୍ଷ ହେବାକୁ ଥିବା ଟି -୨୦ ବିଶ୍ୱକପକୁ ସ୍ଥଗିତ ରଖିଛନ୍ତି। କାରଣ ଆସନ୍ତା ବର୍ଷ ଭାରତରେ ମଧ୍ୟ ଟି -୨୦ ବିଶ୍ୱକପ କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ ଆଇସିସି ସୂଚନା ଦେଇଛି ଯେ ୨୦୨୦ ଏବଂ ୨୦୨୨  ରେ ଲଗାତାର ଦୁଇଟି ଟି -୨୦ ବିଶ୍ୱକପ ହେବାକୁ ଥିବାବେଳେ ୨୦୨୩ ମସିହାରେ ଭାରତରେ ଦିନିକିଆ ବିଶ୍ୱକପ ହେବ।

ସୂଚନାଯୋଗ୍ୟ ,ପୂର୍ବରୁ ଅଷ୍ଟ୍ରେଲୀୟ କ୍ରିକେଟ୍ ବୋର୍ଡ ନିଜେ ଟି -୨୦ ବିଶ୍ୱକପ ୨୦୨୦ ଇଭେଣ୍ଟରେ ଆପତ୍ତି ଉଠାଇଥିଲା ଯେ, ସେମାନଙ୍କର ସପୋର୍ଟ ଷ୍ଟାଫ୍ ଏବଂ ଟିମ୍ ସହିତ ଅନ୍ୟ ସଦସ୍ୟମାନଙ୍କ, କରୋନା ଭାଇରସ୍ ଯୋଗୁଁ ପ୍ରସାରଣକାରୀମାନେ ଏହି ସମୟରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଆସିବା ରେ ଅସୁବିଧାର ସମ୍ମୁଖୀନ ହେବେ। ଏପରି ବ୍ୟବସ୍ଥା କରିବା ଏକ ସହଜ କାମ ନୁହେଁ। ଏହି ସବୁ ଜିନିଷକୁ ଧ୍ୟାନରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ବୋର୍ଡ ବୈଠକ ଟି -୨୦ ବିଶ୍ୱକପକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।  

FROM THE WEB

Share this:

Leave a Reply

Your email address will not be published. Required fields are marked *