Breaking Newsଖେଳ ଖବର

ଆଇସିସି ଦିନିକିଆ ମ୍ୟାଚ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ବିରାଟ ଏବଂ ରୋହିତ ଶୀର୍ଷରେ, ଭାରତ ଦିନିକିଆ ର଼୍ୟାଙ୍କିଙ୍ଗରେ ୨ୟ

Share this:

ଦୁବାଇ:ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମା ବ୍ୟାଟ୍ସମ୍ୟାନଙ୍କ ପାଇଁ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଶୀର୍ଷ ଦୁଇଟି ସ୍ଥାନ ବଜାୟ ରଖିଥିବାବେଳେ ବୁଧବାର ପ୍ରକାଶ ପାଇଥିବା ଏହି ତାଲିକାରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି।

ସୂଚନାନୁସାରେ ବିରାଟ କୋହଲି ୮୭୧ ପଏଣ୍ଟ ସହ ଶୀର୍ଷ ରେ ଅଛନ୍ତି। ରୋହିତ ଶର୍ମା ୮୫୫ ପଏଣ୍ଟ ସହ ଦ୍ବିତୀୟ ଏବଂ ପାକିସ୍ତାନର ବାବର ଆଜାମ ୮୨୯ ପଏଣ୍ଟ ସହ  ତୃତୀୟ ସ୍ଥାନରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡର ରସ୍ ଟେଲର, , ୮୧୮ ପଏଣ୍ଟ ସହ ୪ର୍ଥ ଏବଂ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ୭୯୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛନ୍ତି।

ସେହିପରି  ଦିନିକିଆ ବୋଲିଂରେ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ, ୭୨୨  ପଏଣ୍ଟ ସହ ପ୍ରଥମ ଓ ଭାରତର ବୁମରା ୭୧୯ ପଏଣ୍ଟ ସହ ୨ୟ ସ୍ଥାନରେ ଅଛନ୍ତି। ଆଫଗାନିସ୍ତାନର ମୁଜିବଉର ରେହମାନ ୭୦୧ ପଏଣ୍ଟ ସହ ୩ୟ, ଅଷ୍ଟ୍ରେଲିଆର ପଟ କମିନ୍ସ ୬୮୯ ପଏଣ୍ଟ ସହ ୪ର୍ଥ ଏବଂ  ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୬୬୫ ପଏଣ୍ଟ ସହ ୫ମ ସ୍ଥାନ ବଜାୟ ରଖିଛନ୍ତି।

ସେହିପରି ,ଦିନିକିଆରେ  ଭାରତ ୧୧୯ ରେଟିଂ ସହିତ ୨ୟ ଏବଂ ଟେଷ୍ଟରେ ୧୧୪ ରେଟିଂ ସହ ୩ୟ ସ୍ଥାନରେ ଅଛି।      

Share this: