IBPS ୨୦୨୦ କ୍ଲର୍କ ପୋଷ୍ଟରେ ୧୫୫୭ ନିଯୁକ୍ତି ସୁଯୋଗ; ଯୋଗ୍ୟତା ଏବଂ ଆବେଦନ
ଭୁବନେଶ୍ଵର:ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ ପର୍ସନାଲ ସିଲେକସନ (IBPS) ୧୫୫୭ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଅନଲାଇନ (online) ଦରଖାସ୍ତ ଗ୍ରହଣ କରିବ। ଏହି ନିଯୁକ୍ତି ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ୍ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ ସିଣ୍ଡ ବ୍ୟାଙ୍କରେ ଦିଆଯିବ। ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ(Last Date) ହେଉଛି ୨୩ ସେପ୍ଟେମ୍ବର ୨୦୨୦। ଅନଲାଇନ୍ ପ୍ରିଲିମସ୍ ପରୀକ୍ଷା( Preliminary ) ଡିସେମ୍ବର ୪, ୧୨, ୧୩ ରେ ଅନୁଷ୍ଠିତ ହେବ। ମୁଖ୍ୟ ପରୀକ୍ଷା (Main )୨୪ ଜାନୁୟାରୀ୨୦୨୧ ରେ ଅନୁଷ୍ଠିତ ହେବ।
ଏଥିପାଇଁ ବୟସ ସୀମା ସର୍ବନିମ୍ନ ୨୦ବର୍ଷ ଏବଂ ସର୍ବାଧିକ ୨୮ବର୍ଷ ଅଛି। ଶିକ୍ଷାଗତ ଯୋଗ୍ୟତା ହେଉଛି ଯେକୌଣସି ଷ୍ଟ୍ରିମ୍ କିମ୍ବା ବିଷୟ ଉପରେ ସ୍ନାତକ (Graduation)। ଏଥି ସହିତ ଯେଉଁ ରାଜ୍ୟ ପାଇଁ ପ୍ରାର୍ଥୀ ଆବେଦନ କରୁଛନ୍ତି ସେଠାରେ ସ୍ଥାନୀୟ ଭାଷା ଲେଖିବା ଏବଂ କହିବା ଜାଣିଥିବା ଉଚିତ୍। କମ୍ପ୍ୟୁଟରରେ କାମ କରିବାର ଜ୍ଞାନ ସହିତ ପ୍ରାର୍ଥୀଙ୍କର କମ୍ପ୍ୟୁଟର ଅପରେସନ୍ (Computer Operation )କିମ୍ବା ଭାଷାରେ ସାର୍ଟିଫିକେଟ୍ (Language ) କିମ୍ବା ଡିପ୍ଲୋମା କିମ୍ବା ଡିଗ୍ରୀ କିମ୍ବା ଦଶମ କିମ୍ବା କଲେଜ କିମ୍ବା ପ୍ରତିଷ୍ଠାନରେ କମ୍ପ୍ୟୁଟର କିମ୍ବା ଆଇଟି ( IT) ବିଷୟ ଥିବା ଉଚିତ୍।
ପ୍ରଥମେ ପ୍ରିଲିମସ୍ ପରୀକ୍ଷା ହେବ। ଯେଉଁମାନେ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ମୁଖ୍ୟ ପରୀକ୍ଷା( Main ) ପାଇଁ ଡକାଯିବ । ମୁଖ୍ୟ ପରୀକ୍ଷାରେ ପ୍ରଦର୍ଶନ ଆଧାରରେ ଅନ୍ତିମ ମେରିଟ୍ (Merit )ତାଲିକା ପ୍ରସ୍ତୁତ କରାଯିବ। ଉଭୟ ପ୍ରିଲିମ ଏବଂ ମୁଖ୍ୟ ପରୀକ୍ଷାରେ ନେଗେଟିଭ ( Negative ) ମାର୍କିଂ ହେବ। ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କଟାଯିବ।
ଅନଲାଇନ୍ ଆବେଦନ (apply )ପାଇଁ ଶେଷ ତାରିଖ:୨୩ ସେପ୍ଟେମ୍ବର ୨୦୨୦
ଅନଲାଇନ୍ ଦେୟ ( Fee )ପାଇଁ ଶେଷ ତାରିଖ:୨୩ ସେପ୍ଟେମ୍ବର ୨୦୨୦
ଆବେଦନ ( Apply ) ପାଇଁ ଆଇବିପିଏସ୍ ୱେବସାଇଟ୍ www.ibps.in କୁ ଯାଆନ୍ତୁ ଏବଂ ମେନ ଦେଖାଯାଉଥିବା ‘CRP CLERKS’ର ଲିଙ୍କରେ କ୍ଲିକ୍ କରନ୍ତୁ।
Also Read: