କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏମ୍ସ ରେ ଭର୍ତ୍ତି
ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS)ରେ ଭର୍ତ୍ତି କରାଯାଇଛି। ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଥିବା କୁହାଯାଉଛି।ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଚିକିତ୍ସା କରାଯାଉଛି।
ସୂଚନାଯୋଗ୍ୟ ,କରୋନା ଭୂତାଣୁ ସଂକ୍ରମଣ ହେତୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଶର ଗୃହମନ୍ତ୍ରୀ ଅମିତ ଶାହା ଗତ ୧୪ ଅଗଷ୍ଟରେ ଏହି ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଥିଲେ। ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଟ୍ୱିଟ କରି କହିଛନ୍ତି ଯେ ମୋର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ହୋଇଛି। ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଏହି ସମୟରେ ଯେଉଁମାନେ ମୋର ସ୍ୱାସ୍ଥ୍ୟ ଉପକାର ପାଇଁ ମୋତେ ଶୁଭେଚ୍ଛା ଜଣାଇ ମୋତେ ଏବଂ ମୋ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ଆଉ କିଛି ଦିନ ଘରେ ଅଲଗା ରହିବି। ମୁଁ ମେଦନ୍ତା ହସ୍ପିଟାଲର ସମସ୍ତ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯେଉଁମାନେ ମୋତେ କରୋନା ସଂକ୍ରମଣର ମୁକାବିଲା କରିବାରେ ସାହାଯ୍ୟ କରିଛନ୍ତି ଏବଂ ଯେଉଁମାନେ ମୋର ଚିକିତ୍ସା କରୁଛନ୍ତି।