କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ AIIMS ରେ ଭର୍ତ୍ତି

Share this:

ନୂଆଦିଲ୍ଲୀ; କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହା(Amit Shah)ଙ୍କୁ ଶନିବାର ରାତି ପାଖାପାଖି ପ୍ରାୟ ୧୧ ଟା ସମୟରେ ଏମ୍ସ  (AIIMS) ରେ ଭର୍ତ୍ତି କରାଯାଇଛି।  ସୂଚନା ଯୋଗ୍ୟ ଗତ ମାସରେ ମଧ୍ୟ ଗୃହମନ୍ତ୍ରୀ କରୋନା ସଂକ୍ରମିତରୁ ଆରୋଗ୍ୟ  ପରେ ଅଧିକ ଚିକିତ୍ସା ପାଇଁ ଏମ୍ସ ରେ ଭର୍ତ୍ତି ହୋଇଥିଲେ। ୧୨ ଦିନ ପରେ  ଶ୍ରୀ ଅମିତ ଶାହ ମେଡ଼ିକାଲରୁ ଡିସଚାର୍ଜ ହୋଇ ଘରକୁ ଆସିଥିଲେ। ତେବେ ତାଙ୍କୁ କାହିଁକି ପୁନର୍ବାର ଭର୍ତ୍ତି କରାଯାଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି  ସୂଚନା ମିଳିନାହିଁ।

ସୂଚନଯୋଗ୍ୟ  ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା କରୋନା (Corona Virus) ରେ ସଂକ୍ରମିତ ହୋଇଥିଲେ। ମେଦନ୍ତା ହସ୍ପିଟାଲରେ ଚିକିତ୍ସା ପରେ ୧୪  ଅଗଷ୍ଟରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। କରୋନାରୁ ସୁସ୍ଥ ହେବା ପରେ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ଥକାପଣ ହେତୁ ତାଙ୍କୁ ପୁଣି ୧୮ ଅଗଷ୍ଟରେ, ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଅଗଷ୍ଟ ୩୧ରେଏମ୍ସରୁ ଡିସଚାର୍ଜ ହୋଇଥିଲେ।  

Also Read:

ଯେପର୍ଯ୍ୟନ୍ତ କାରୋନା ଟୀକା ଆସିନାହିଁ, ସେପର୍ଯ୍ୟନ୍ତ କଟକଣାରେ କୋହଳ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଶାରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this: