Hindol: ହିନ୍ଦୋଳରେ ହାତୀ ଆତଙ୍କ, ବନ ବିଭାଗ ଜାରିକଲା ହେଲ୍ପଲାଇନ୍ ନମ୍ବର
ହିନ୍ଦୋଳ: Hindol forest Helpline Number ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ (Hindol forest Helpline) ରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ମଣିଷ-ହାତୀ (Men-Elephants) ସଂଘର୍ଷ ମଧ୍ୟ ଜାରି ରହିଛି। ଦିନ ହେଉ କି ରାତି ଘରୁ ବାହାରିବାକୁ ବାହାରିବାକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି ହିନ୍ଦୋଳବାସୀ। ସନ୍ଧ୍ୟା ଆସୁଆସୁ ରାସ୍ତାଘାଟ ଜନଶୂନ୍ୟ ହେବା ସହିତ ଗାଁ’ମାନଙ୍କରେ ଲୋକେ ତାଟିକବାଟ ପକାଇ ରହୁଛନ୍ତି।
ବନବିଭାଗ ସୂଚନା ଅନୁଯାୟୀ ୭୧ଟି ହାତୀ ଗୋଟିଏ ଦଳରେ ହିନ୍ଦୋଳର ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି। ଜଙ୍ଗଲୀ ହାତୀ ଏବେ ଜଙ୍ଗଲ ଛାଡ଼ି ଗାଁ ଭିତରକୁ ମାଡ଼ିଆସୁଛନ୍ତି। ବନ ବିଭାଗ ଉଦାସୀନ ଥିବା ଜନସାଧାରଣ କହୁଛନ୍ତି। ଗୋଟିଏ ମାସରେ ହାତୀ ଆକ୍ରମଣରେ ୫ ଜଣଙ୍କର ଜୀବନ ଯାଇଛି। ଦୁଦୁରୁକୋଟ ଗ୍ରାମର ଦଣ୍ଡଧର ସାହୁ, କଡଲା ଗ୍ରାମର ସନ୍ତୋଷ ପ୍ରଧାନ, ପଡା ଗ୍ରାମର ଟଙ୍କଧର ଭୋଇ ଏବଂ କାରନ୍ଦା ଗ୍ରାମର ମାହୁଳି ପ୍ରଧାନଙ୍କ ଜୀବନ ହାତୀ ଆକ୍ରମଣରେ ଯାଇଛି।
ହାତୀ ଭୟରେ ଉପଖଣ୍ଡର ପ୍ରାୟ ଜମି ପଡିଆ ପଡିଛି। କେଉଁଠି କେମିତି କାଁଭାଁ ଚାଷ ହୋଇଛି। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଛାତ୍ରୀଛାତ୍ର ଦୈନିକ ପାଠପଢି ଯିବାଆସିବାକୁ ଭୟ କରୁଛନ୍ତି। ବଡ଼ କଥା ହେଉଛି ହଠାତ୍ କାହାର ଦେହ ଅସୁସ୍ଥ ହେଲେ ଗାଡ଼ି ଆଣିବାକୁ ଡ୍ରାଇଭର ଭୟ କରୁଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ତରଫରୁ ଦାବି ହେଉଛି।
ବନବିଭାଗ ସୂଚନା ଅନୁଯାୟୀ, ଯେହେତୁ ୭୧ଟି ହାତୀ ଗୋଟିଏ ଦଳରେ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଛନ୍ତି, ସେଥିପାଇଁ ବନବିଭାଗ ପକ୍ଷରୁ ଏକ ହେଲ୍ପଲାଇନ୍ ନମ୍ବର (Hindol forest Help line Number) ଖୋଲାଯାଇଛି। ଏହି ନମ୍ବରଟି ହେଉଛି- ୬୩୭୧୨୫୯୦୫୯।
Read Also
- Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ
- Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା
- Ayodhya Ram Mandir: ରାମ ମନ୍ଦିରକୁ ସବୁଠୁ ବଡ଼ ଦାନ; ଗୁଜରାଟର ଜଣେ ବ୍ୟକ୍ତିଙ୍କ ୧୦୧ କେଜି ସୁନା ଦାନ, ଜାଣନ୍ତୁ କିଏ
- Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି
- Odisha Covid-19 Guidelines 2023: ଓଡ଼ିଶାରେ ଆସିବ ନୂଆ କୋଭିଡ ଗାଇଡଲାଇନ, ଭାରତରେ ୧୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ
YOU MIGHT ALSO LIKE IT