High Security Plate: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ନମ୍ବର ବିନା ଆଉ ଗଡିବନି ଗାଡି, ଏହି ପୋର୍ଟାଲରେ ହେବ ଆବେଦନ  

Share this:

ଭୁବନେଶ୍ଵର: High Security Number Registration Plate Odisha ଏଥର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‍ ନମ୍ବର ପ୍ଲେଟ୍‍ ବିନା କୌଣସି ଗାଡ଼ି ରାସ୍ତାରେ ଗାଡ଼ି ପାରିବ ନାହିଁ। ଏଣିକି ନୂଆ ପୁରୁଣା ସମସ୍ତ ଗାଡ଼ିରେ ଏହି ନମ୍ବର ପ୍ଲେଟ୍‍ ଲଗାଇବାକୁ ବାଧ୍ୟ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୦୧୯ ମସିହାରୁ ପଞ୍ଜୀକୃତ ଏହି ନମ୍ବର ପ୍ଲେଟ୍‍ ବ୍ୟବହାର ହେଉଥିବା ବେଳେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ପୁରୁଣା ନମ୍ବର ପ୍ଲେଟ୍‍ ରହିଛି।

ସୂଚନାଅନୁସାରେ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ୍‍ ଲଗାଇବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏହି ନମ୍ବର ପ୍ଲେଟ୍‍ ଯୋଗାଇବା ପାଇଁ ସାରା ଦେଶରେ ୪୫ଟି ସ୍ୱୀକୃତି ପ୍ରାପ୍ତ ସଂସ୍ଥା ଥିବା ବେଳେ ଓଡ଼ିଶା ପାଇଁ ୪ଟି ସଂସ୍ଥା ରହିଛି। ଏହି ନମ୍ବର ପ୍ଲେଟ ଆବେଦନ ପାଇଁ  ଏକ ନୂଆ ସ୍ୱତନ୍ତ୍ର ପୋର୍ଟାଲ ଆପ୍‍ SIAM ଖୋଲାଯାଇଛି।

Read Also | Corona Cases Odisha:ଓଡ଼ିଶାରୁ ଆଜି ୧୨ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

Share this:

Leave a Reply

Your email address will not be published. Required fields are marked *