Odisha Rain Updates: ଆସନ୍ତା ୩ ଦିନ ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

Share this:

ଭୁବନେଶ୍ଵର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଲାଗିରହିଛି। ନବରଙ୍ଗପୁର, ମାଲକାନଗିରି, ଖୋର୍ଦ୍ଧା, ସମ୍ବଲପୁର ଓ ପୁରୀ ସମେତ କେତେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢ଼େଙ୍କାନାଳ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାଗୁଡ଼ିକ ପାଇ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ  ହେବା ସହ କଚ୍ଚାଘର ଭାଙ୍ଗିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସତର୍କ କରିଛି।

ସେହିପରି ଜଗତ୍‍ସିଂହପୁର, କଟକ, ପୁରୀ, ଖୋର୍ଦ୍ଧା,କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

Also Read:

Pradhanmantri Jan-Dhan ଯୋଜନା ଖାତାଧାରୀଙ୍କୁ ବୀମା ସୁବିଧା

Angul Covid19 Updates: ଆଜି ପୁଣି ଅନୁଗୋଳରୁ ୧୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ADVERTISEMENT

Philips MMS8085B/94 2.1 Channel Convertible Multimedia Speaker System

Share this: