India Vs New Zealand: ନ୍ୟୁଜିଲ୍ୟାଣ୍ଡ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ହାର୍ଦ୍ଦିକ ଅଧିନାୟକ
ନୂଆଦିଲ୍ଲୀ: India Vs New Zealand ଆଜି ସୋମବାର ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ବିପକ୍ଷ ଭାରତର ଆଗାମୀ ସିରିଜ୍ ପାଇଁ ଭାରତ ସିନିୟର ଚୟନ କମିଟି ଖେଳାଳି ଚୟନ କରିଛି। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ଉଭୟ ଦେଶ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଦିନିକିଆ ସିରିଜରେ ଶିଖର ଧାୱନ ଟିମ୍ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିବେ।
ସୂଚନା ଅନୁସାରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଟି -୨୦ ବିଶ୍ୱକପ୍ ଖେଳୁଛି। ଟି -୨୦ ବିଶ୍ୱକପ (T20 World Cup) ଶେଷ ହେବାର କିଛି ସମୟ ପରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ସିରିଜ ଖେଳିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ (India Vs New Zealand) କରିବ। ସେଠାରେ ତିନୋଟି ଟି -୨୦ ଏବଂ ତିନୋଟି ଦିନିକିଆ ମ୍ୟାଚ (ODI Match) ଖେଳିବ। ପ୍ରଥମ T-20 ନଭେମ୍ବର ୧୮ରେ ଖେଳାଯିବ, ଦ୍ୱିତୀୟ ଏବଂ ତୃତୀୟ ଯଥାକ୍ରମେ ନଭେମ୍ବର ୨୦ ଏବଂ ନଭେମ୍ବର ୨୨ ରେ ଖେଳାଯିବ। ଏହି ଧଳା ବଲ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି।
ନଭେମ୍ବର ୧୮ ରୁ ୩୦ ପର୍ଯ୍ୟନ୍ତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳିବ। ସମାନ ସମୟ ମଧ୍ୟରେ ଶିଖର ଧାୱନଙ୍କ ଅଧିନାୟକତ୍ୱରେ ODI ସିରିଜ୍ ଖେଳିବ। ନ୍ୟୁଜିଲ୍ୟାଣ୍ଡ ଗସ୍ତ ପରେ ଟିମ୍ ଇଣ୍ଡିଆ ବାଂଲାଦେଶ ଗସ୍ତରେ ଯିବ। ଏଠାରେ ମଧ୍ୟ ଟିମ୍ ଇଣ୍ଡିଆ ODI ଏବଂ ଟେଷ୍ଟ ସିରିଜ୍ ଖେଳିବ। ଟିମ୍ ଇଣ୍ଡିଆ ଡିସେମ୍ବର ୪ ରୁ ବାଂଲାଦେଶ ଗସ୍ତ ଆରମ୍ଭ କରିବ। ବାଂଲାଦେଶ ଗସ୍ତରେ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଏବଂ ଦୁଇଟି ଟେଷ୍ଟ ସିରିଜ୍ ଖେଳିବ। ବାଂଲାଦେଶ ଗସ୍ତ ବେଳକୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳକୁ ଫେରିବେ।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ
ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ଋଷଭ ପନ୍ତ, ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ ୱାଶିଂଟନ୍ ସୁନ୍ଦର, ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଶ୍ରୀ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ।
ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ
ଶିଖର ଧାୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ୍ ଆୟର, ସଞ୍ଜୁ ସାମସନ୍ , ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଶାହାବାଜ ଅହମ୍ମଦ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚହର, କୁଲଦୀପ ସେନ, ଉମ୍ରାନ ମଲିକ।
ବାଂଲାଦେଶ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ , ଇଶାନ କିଶନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଶାମି, ମୋହଦ୍ ସିରାଜ, ଦୀପକ ଚହର, ଯଶ ଦିନଲ।
Read Also | High Security Number Plate: ପୁଣି ଗୋଟିଏ ମାସ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପଞ୍ଜୀକରଣ ଅବଧି
ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ
ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟସ୍ ଆୟର୍, ଋଷଭ ପନ୍ତ, କେ.ଏସ୍ ଭରତ, ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ଶାର୍ଦ୍ଦୁଲ ଠାକୁର, ଶାମି, ସିରାଜ, ଉମେଶ ଯାଦବ।
YOU MIGHT ALSO LIKE IT