ଚଳିତ ପୂଜାଋତୁ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରୀ

Share this:

ଭୁବନେଶ୍ଵର: କରୋନା ଭୂତାଣୁ (Covid-19) ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଗୁରୁବାରଦିନ ପୂଜା ଗାଇଡଲାଇନ ଜାରି କରିଛନ୍ତି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଆସନ୍ତା  ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ,କାଳୀ ପୂଜା ପାଳନ ଲାଗି ଓଡ଼ିଶା ସ୍ଵତନ୍ତ୍ର ରିଲିଫ କମିଶନର ଏହି ଗାଇଡଲାଇନ (Guidelines) ଜାରି କରିଛନ୍ତି। ଏହି କଟକଣା ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଲାଗୁ ହେବ ବୋଲି ଜଣାପଡିଛି। ରାଜ୍ୟରେ ପୂଜା କିପରି ପାଳନ ହେବ ସେ ନେଇ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

ଗାଇଡଲାଇନ ଅନୁଯାୟୀ, ପୂଜା ମଣ୍ଡପରେ ପୂଜା ପାଇଁ ଜିଲାପାଳ ଓ କମିଶନରଙ୍କ ଠାରୁ ଅନୁମତି ଜରୁରୀ। ଜିଲ୍ଲାମାନଙ୍କରେ ଜିଲାପାଳ ଓ ଭୁବନେଶ୍ଵର-କଟକ ପାଇଁ ପୁଲିସ କମିଶନରଙ୍କ ଅନୁମତି ଜରୁରୀ। କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ। ସାଧାରଣ ଲୋକ ଭାଗନେଇ ପାରିବେ ନାହିଁ। ଭିଡ଼ କିମ୍ବା ଗହଳି ହୋଇପାରିବନି। ପୂଜା ମଣ୍ଡପକୁ  ତିନି ପାର୍ଶ୍ଵ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାର୍ଶ୍ଵ ଆଶିଂକ ବନ୍ଦ ରହିବ। ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ୍ ରହିବା ପୂଜାମଣ୍ଡପରେ ମିଶାଇ ୭ ଜଣରୁ ଅଧିକ ରହିବେନି। ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତା ରଖିବା ସହ ମାସ୍କ ଆଦି ପିନ୍ଧିବା କରାଯାଇଛି। କୌଣସି ଭସାଣି ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ, କେବଳ ପ୍ରଶାସନ ଦ୍ଵାରା ପ୍ରସ୍ତୁତ କୁତ୍ରିମ ପୋଖରୀରେ ମୂର୍ତ୍ତୀ ବିସର୍ଜନ କରିହେବ। ପୂଜା ସମୟରେ କୌଣସି ପ୍ରକାରର ମନୋରଂଜନ, ସଂଗୀତ ଆଦି କାର୍ଯକ୍ରମ ହୋଇପାରିବ ନାହିଁ।

ପୂଜା କମିଟିର କର୍ମକର୍ତ୍ତାମାନେ ସ୍ଥାନୀୟ ପ୍ରଶାସନ ଦ୍ଵାରା ଜାରି ନିୟମକୁ ପାଳନ କରିବେ। ଗାଇଡ ଲାଇନ ପାଳନ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟସରକାର ନିର୍ଦେଶ ଦେଇଛନ୍ତି।

Also Read:

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ରେଳ ମନ୍ତ୍ରଣାଳୟର ଓଡିଶାରୁ ୩ଟି ଟ୍ରେନ ଚଳାଚଳ ଘୋଷଣା;ଆସନ୍ତା ୧୨ରୁ ଚଳାଚଳ

Share this: