Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି
ଭୁବନେଶ୍ୱର : Gold price in Bhubaneswar ରାଜ୍ୟରେ ବର୍ତ୍ତମାନ ସୁନାର ଦାମ ଦିନେ କମୁଛି ପୁଣି ଦିନେ ବଢୁଛି। ଆଜି ମଙ୍ଗଳବାର ଜୁଲାଇ ୮ରେ ପୁଣି ବଢିଛି ସୁନା ଦାମ୍ (Gold Rate Today)।
ଆଜି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୮,୮୪୦ ଟଙ୍କା ରହିଛି ଯାହାକି ଗତକାଲି ଏହା ୯୮,୨୯୦ ଟଙ୍କା ଥିଲା। ଆଜି ୫୫୦ ଟଙ୍କା ବୃଦ୍ଧି ହୋଇଛି।
ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୦,୬୦୦ ଟଙ୍କା ଯାହାକି ଗତକାଲି ସୁନାର ଦାମ ୯୦,୧୦୦ ଟଙ୍କା ଥିଲା। ଏଥିରେ ୫୦୦ ଟଙ୍କା ବଢିଛି ।
ଏଥିସହିତ ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୪,୧୩୦ ଟଙ୍କା ଯାହାକି ଗତକାଲି ୭୩,୭୨୦ ଟଙ୍କା ଥିଲା। ଏଥିରେ ୪୧୦ ଟଙ୍କା ବଢିଛି ।
କିନ୍ତୁ ରୁପାର ଦାମରେ ସେମିତି କୌଣସି ପରିବର୍ତ୍ତନ ହୋଇନାହିଁ। ୧୦୦ ଗ୍ରାମ୍ ରୁପା ଦାମ୍ ୧୨,୦୦୦ ଟଙ୍କା ରହିଛି।
ଦିଲ୍ଲୀରେ ସୁନା ମୂଲ୍ୟ – Gold price in Delhi
ଦିଲ୍ଲୀରେ, ୨୪ -କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମକୁ 98,990 ଟଙ୍କାରେ ରହିଥିବା ବେଳେ ୨୨-କ୍ୟାରେଟ ସୁନା ପାଇଁ, ଗ୍ରାହକଙ୍କୁ ପ୍ରତି ୧୦ ଗ୍ରାମ ପାଇଁ ୯୦,୭୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ମୁମ୍ବାଇରେ ସୁନା ମୂଲ୍ୟ – Gold price in Mumbai
ମୁମ୍ବାଇରେ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୯୮,୮୪୦ ଟଙ୍କାରେ ଉପଲବ୍ଧ ଥିବାବେଳେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୯୦,୬୦୦ଟଙ୍କା ଥିଲା।
କୋଲକାତାରେ ସୁନା ମୂଲ୍ୟ- Gold price in Kolkata
ଆଜି କୋଲକାତାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପାଇଁ ୯୮,୮୪୦ଟଙ୍କା ଥିଲା, ଯେତେବେଳେ ୨୨ କ୍ୟାରେଟ୍ ସୁନା ପାଇଁ ୧୦ ଗ୍ରାମ ପାଇଁ ୯୦,୬୦୦ଟଙ୍କା ରହିଛି।
ଚେନ୍ନାଇରେ ସୁନା ମୂଲ୍ୟ- Gold price in Chennai
ଚେନ୍ନାଇରେ, ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ୯୮,୮୪୦ ଟଙ୍କାରେ ଉପଲବ୍ଧ ଥିଲା। ୨୨ କ୍ୟାରେଟ୍ ସୁନା ପାଇଁ ୧୦ ଗ୍ରାମ ପାଇଁ ୯୦,୬୦୦ଟଙ୍କା ଥିଲା।