ଦୁନିଆରେ କରୋନାର ହାହାକାର,କରୋନା ସଂକ୍ରମିତ ରୋଗୀ ପ୍ରତି ୧୫ ସେକେଣ୍ଡରେ ଜଣେ ମୃତ

Share this:

ୱାଶିଂଟନ୍:ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସମଗ୍ର ବିଶ୍ୱକୁ କବଳିତ କରିଛି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ପ୍ରତି ୧୫ସେକେଣ୍ଡରେ ଏକ କରୋନା ସଂକ୍ରମିତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏହି କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ସାତ ଲକ୍ଷ ଅତିକ୍ରମ କରିଛି। ଆମେରିକା, ବ୍ରାଜିଲ, ଭାରତ ଏବଂ ମେକ୍ସିକୋ ସମେତ ଅନେକ ଦେଶରେ ଏହି ମହାମାରୀର  ତାଣ୍ଡବ ଜାରି ରହିଛି।ସମଗ୍ର ବିଶ୍ଵରେ ପ୍ରତି ୨୪ ଘଣ୍ଟାରେ ପ୍ରାୟ ୫ ହଜାର ୯୦୦ କରୋନା ଭୂତାଣୁ ଦ୍ଵାରା ପୀଡିତ ମୃତ୍ୟୁବରଣ କରୁଛନ୍ତି।  

ନ୍ୟୁଜ୍ ଏଜେନ୍ସି ରିପୋର୍ଟ୍ ଅନୁଯାୟୀ, ଗତ ଦୁଇ ସପ୍ତାହ ଧରି ସମଗ୍ର ବିଶ୍ଵର ତଥ୍ୟ ଦର୍ଶାଉଛି ଯେ ହାରାହାରି ପ୍ରତି ୨୪ ଘଣ୍ଟାରେ ପ୍ରାୟ ୫,୯୦୦ ରୁ ଅଧିକ ପୀଡିତ ମୃତ୍ୟୁ ବରଣ କରୁଛନ୍ତି। ଏହାର ଅର୍ଥ ହେଉଛି ପ୍ରତି ଘଣ୍ଟାର ୨୪୬ ଲୋକ କିମ୍ବା ପ୍ରତି ୧୫ ସେକେଣ୍ଡରେ ଜଣେ କରୋନା ପୀଡିତ ମୃତ୍ୟୁବରଣ କରୁଛନ୍ତି।

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୧ ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ଭୂତାଣୁକୁ  ବୈଶିକ ମହାମାରୀ ବୋଲି ଘୋଷଣା କରିଥିଲା।ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ସାତ ଲକ୍ଷ ୧୧ ହଜାର ୬୨୨  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି

ବର୍ତ୍ତମାନ ସୁଦ୍ଧା ଆମେରିକାରେ ୪୯ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଦେଶରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୬୧ ହଜାର ୬୦୭ ହୋଇଛି।

ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୫୪  ହଜାର ୬୮୫ ଟି ନୂଆ ମାମଲା ଦେଖିବାକୁ ମିଳିଛି। ଏହାଦ୍ୱାରା କରୋନା ପୀଡିତଙ୍କ ସଂଖ୍ୟା ୨୮ଲକ୍ଷ ୬୨ ହଜାର ୭୬୧ ହୋଇଛି। ଏହି ଅବଧିରେ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୯୭ ହଜାର ୪୧୮ ହୋଇଛି।

ମେକ୍ସିକୋର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ଦିନ କହିଛି ଯେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୧୪୮ ଟି ନୂଆ ମାମଲା ସହିତ ସଂକ୍ରମିତ ଲୋକଙ୍କ ସାଢେ ଚାରି ଲକ୍ଷକୁ ବୃଦ୍ଧି ପାଇଛି। ଏହି ଅବଧି ମଧ୍ୟରେ, ପୀଡିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୪୯ ହଜାର ଥିଲା।

Share this: