ଅନେକ ଅପଗ୍ରେଡ୍ ସହିତ ସ୍ୱାସ୍ଥ୍ୟ ମନିଟରିଂ ସିଷ୍ଟମ୍ ଗାଲାକ୍ସି ୱାଚ ୩ ଶୀଘ୍ର ଲଞ୍ଚ
ସାମସଙ୍ଗ ଖୁବ୍ ଶୀଘ୍ର ଏହାର ଗାଲାକ୍ସି ୱାଚ ୩ ସିରିଜରେ ଆଉ ଏକ ନୂଆ ମଡେଲ୍ ଯୋଡିବ। ଗାଲାକ୍ସି ୱାଚ ୩ ଶୀଘ୍ର ଲଞ୍ଚ ହୋଇପାରିବ, ଯାହା ଗାଲାକ୍ସି ୱାଚ୍ ର ପ୍ରଥମ ୱାଚ ତୁଳନାରେ ଅପଗ୍ରେଡ୍ ସହିତ ଆସିପାରେ। ସମ୍ପ୍ରତି ଖବର ପ୍ରକାଶ ପାଇଥିଲା ଯେ ଗାଲାକ୍ସି ୱାଚ୍୨ ବର୍ତ୍ତମାନ ଗାଲାକ୍ସି ୱାଚ୍୩ ନାମରେ ଲଞ୍ଚ ହୋଇପାରି। ଦୁଇଟି ପ୍ରକାର LTE ଏବଂ ୱାଇଫାଇ ସହିତ ଗାଲାକ୍ସି ୱାଚ ୩ ମଧ୍ୟ ଲଞ୍ଚ କରାଯାଇପାରିବ । ଏହାକୁ ଦୁଇଟି ଡାଏଲ୍ ଆକାର ୪୧ ମିମି ଏବଂ ୪୫ ମିମିରେ ଲଞ୍ଚ କରାଯାଇପାରିବ । ସାମସଙ୍ଗ ଏହି ନୂତନ ସ୍ମାର୍ଟ ୱାଚ୍ ରେ ଇସିଜି ଏବଂ ହାର୍ଟ ରେଟ ମନିଟରିଂ ଭଳି ଅନେକ ନୂତନ ସ୍ୱାସ୍ଥ୍ୟ ମନିଟରିଂ ଯୋଗ କରିପାରିବ।
ଗାଲାକ୍ସି ୱାଚ୍ ୪୧-ଇଞ୍ଚ ଭାରିଆଣ୍ଟରେ ୧.୨ -ଇଞ୍ଚ ଡିସପ୍ଲେ ଥିବାବେଳେ ୪୫ ମିମି ଭାରିଆଣ୍ଟରେ ୧.୪ -ଇଞ୍ଚ ଡିସପ୍ଲେ ରହିପାରେ । ପୂର୍ବ ରିପୋର୍ଟ ଅନୁଯାୟୀ, ଏହି ପରବର୍ତ୍ତୀ ଗାଲାକ୍ସି ୱାଚ୩ MIL-STD 810G ସାର୍ଟିଫିକେଟ୍ ପାଇଛି ଯାହା 5 ATM ୱାଟର ପ୍ରତିରୋଧ ବଶିଷ୍ଟ୍ୟ ସହିତ ଆସିପାରେ। ଗାଲାକ୍ସି ୱାଚ୩ ସିରିଜ୍ ହୁଏତ କମ୍ପାନୀର ସବୁଠାରୁ ମହଙ୍ଗା ସ୍ମାର୍ଟୱାଚ୍ ସିରିଜ୍ ହୋଇପାରେ।