ଭାରତରେ ପ୍ରତି ଏକ ମିନିଟ୍ ରେ ୫୮ ଜଣ ହେଉଛନ୍ତି କରୋନାରେ ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନା ଭୂତାଣୁ (Covid-୧୯)ସଂକ୍ରମଣ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ବଢିବାରେ ଲାଗିଛି। ପ୍ରତିଦିନ ନୂଆନୂଆ ସଂକ୍ରମିତ ରେକର୍ଡ ହେଉଥିବାର ଦେଖାଯାଉଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ, ପ୍ରାୟ ପ୍ରତି ମିନିଟରେ ୫୮ଟି ନୂଆ କରୋନା ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତକାଲି ୮୩ ହଜାର ୮୮୩ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ରିପୋର୍ଟ୍ କୁ ଦେଖି କହିହେଉଛି ଯେ ଦେଶରେ କରୋନା ବର୍ତ୍ତମାନ ଶିଖରରେ ପହଞ୍ଚିଛି।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶର ମୋଟ କରୋନା ମାମଲା ୩୮ ଲକ୍ଷ ୫୩ ହଜାର ୪୦୭ କୁ ବୃଦ୍ଧି ପାଇଛି। ଏଥିରେ ୮ ଲକ୍ଷ୧୫ ହଜାର ୫୩୮ ସକ୍ରିୟରୋଗୀ ଅଛନ୍ତି। ଏଥି ସହିତ, ୨୯ ଲକ୍ଷ୭୦ ହଜାର ୪୯୩ ରୋଗୀ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି କିମ୍ବା ସୁସ୍ଥ ହୋଇଯାଇଛନ୍ତି।
ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ବିଶ୍ୱସ୍ତରୀୟ ମହାମାରୀ କରୋନା ଯୋଗୁଁ ୧,୦୪୩ ରୋଗୀଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଦେଶର କରୋନା ଠାରୁ ଏପର୍ଯ୍ୟନ୍ତ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା ୬୭ ହଜାର ୩୭୬କୁ ବୃଦ୍ଧି ପାଇଛି।
Also Read: