ଆଜିଠାରୁ ଆନ୍ତର୍ଜାତୀୟ କ୍ରିକେଟ୍ ଫେରୁଛି; ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍

Share this:

ଆଜି ବିଶ୍ୱ କ୍ରିକେଟ୍ ପାଇଁ   ଏକ ଐତିହାସିକ  ଦିନ ହେବାକୁ ଯାଉଛି, କରୋନା ଭୂତାଣୁ ମହାମାରୀ ମଧ୍ୟରେ ୧୧୭ ଦିନର ବ୍ୟବଧାନ ପରେ ଆନ୍ତର୍ଜାତୀୟ କ୍ରିକେଟ୍ ଫେରି ଆସିବ। ବିନା ଦର୍ଶକ ରେ  ସାଉଥମ୍ପଟନ୍‌ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପାଇଁ ଆଜି ଇଂଲଣ୍ଡ ଓ  ୱେଷ୍ଟଇଣ୍ଡିଜ୍ ଦଳ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି।

ସୂଚନା ଯୋଗ୍ୟ ଗତ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଥର ପାଇଁ  ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା। କରୋନା ଭୂତାଣୁ  ପାଇଁ ହୋଇଥିବା ପରିବର୍ତ୍ତିତ ନିୟମ ମଧ୍ୟରେ ଏହା ଉଭୟ ଦଳର ଖେଳାଳିଙ୍କ ପାଇଁ ଏକ ନୂଆ ଅନୁଭୂତି ହେବ।  କେବଳ ଉଭୟ ଅଧିନାୟକ ବେନ୍ ଷ୍ଟୋକ୍ସ ଓ ଜେସନ୍ ହୋଲ୍ଡର ଏବଂ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ୍ ଟସ୍ ପାଇଁ ବାହାରକୁ ଯିବେ। ଟସ୍‌ରେ କୌଣସି କ୍ୟାମେରା କିମ୍ବା ହ୍ୟାଣ୍ଡସେକ ରହିବ ନାହିଁ। ଅମ୍ପାୟାର ରିଚାର୍ଡ ଇଲିଙ୍ଗୱର୍ଥ ଏବଂ ରିଚାର୍ଡ କେଟଲେବୋରୋ ସେମାନଙ୍କ ବଲ ନେବେ। ମ୍ୟାଚ୍ ସମୟରେ ସାନିଟାଇଜେସନ ବିରତି ହେବ। ଖେଳାଳିମାନେ ଗ୍ଲୋବ୍ସ, ସାର୍ଟ, ପାଣି ବୋତଲ, ବ୍ୟାଗ କିମ୍ବା ସ୍ୱିଟର ମିଳିମିଶି ବ୍ୟବହାର କରିପାରିବେ ନାହିଁ।  କୌଣସି ବଲ୍ ବାଳକ ରହିବେ ନାହିଁ ଏବଂ ଗ୍ରାଉଣ୍ଡ କର୍ମଚାରୀମାନେ ଖେଳାଳିଙ୍କ ଠାରୁ ୨୦  ମିଟର ଦୂରରେ ରହିବେ।  

ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ କହିଛନ୍ତି ଯେ ଦର୍ଶକଙ୍କ ଅଭାବ ପଡ଼ିଆରେ ରହିବ, ଯାହାବି ହେଉ ସମସ୍ତ ଖେଳାଳି ଜାଣନ୍ତି ଯେ ସେ ଦେଶର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେ କେବଳ ଜିତିବାକୁ ଚାହୁଁଛନ୍ତି।

Share this: