ଢେଙ୍କାନାଳ ଜିଲ୍ଲାରେ ଆଜି ୩୬ ଜଣ କରୋନା ପଜିଟିଭ ଚିହ୍ନଟ,ଚିକିତ୍ସା ପରେ ୨୫ ସୁସ୍ଥ
ଢେଙ୍କାନାଳ : ଆଜି ଢେଙ୍କାନାଳ ଜିଲ୍ଲାରେ ୩୬ ଜଣ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି। ସଦର ବ୍ଲକରୁ ୧୪ ଜଣ, ହିନ୍ଦୋଳ ବ୍ଲକରୁ ୧୦ଜଣ,ଗଁଦିଆ ବ୍ଲକ ରୁ ୬ ଜଣ,ଭୁବନ ବ୍ଲକରୁ ୨ଜଣ ଓଡାପଡ଼ା ବ୍ଲକରୁ ୩ ଜଣ, ଏବଂ ଭୁବନ ଏନଏସିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସଦର ବ୍ଲକର ବଳଭଦ୍ରପୁର ସଂଗରୋଧ କେନ୍ଦ୍ରରୁ ଜଣେ,ମଙ୍ଗଳପୁର ସଂଗରୋଧ କେନ୍ଦ୍ରରୁ ଜଣେ,ବେଗୁନିଆପାଳ ଗାଁରୁ ୬ ଜଣ,ବାରଦା, କାମଧେନୁକୋଟ, ସରକାପାଟଣା,ଅଶନବାହାଳି,ରଣପଶି ଏବଂ ବିରଡ଼ିଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ସେହିପରି ହିନ୍ଦୋଳ ବ୍ଲକର ଦୁଦୁରକୋଟ ସଂଗରୋଧ କେନ୍ଦ୍ରରୁ ୩ ଜଣ,କୁନ୍ଦେଶ୍ଵର ସଂଗରୋଧ କେନ୍ଦ୍ରରୁ୨ ଜଣ,କାରନ୍ଦା ଗାଁରୁ ୨ଜଣ,ମାଣିଆନଳୀ,କୁମୁରିସିଂହା ଏବଂ ଠୋକର ଗାଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଁଦିଆ ବ୍ଲକର ନିହଲପ୍ରସାଦରୁ ୨ ଜଣ ,ବ୍ରାହ୍ମଣବାଟିରୁ ଜଣେ ଏବଂ ଦଲସିଙ୍ଗା ମାର୍ଥପୁର ରୁ ୩ ଜଣ କିମସ ରେ ଚିକିତ୍ସିତ ସମୟରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭୁବନ ବ୍ଲକର ଅସୁରବନ୍ଧପାଟଣା ରୁ ୨ଜଣ, ଭୁବନ ଏନଏସି ୱାର୍ଡନଂ ୫ ରୁ ଜଣେ ଚିହ୍ନଟ ହୋଇଛନ୍ତି। ଓଡ଼ାପଡା ବ୍ଲକର ସାନ୍ତରାକାଟେଣି ରୁ ୨ ଜଣ ଏବଂ ପଞ୍ଚପଡା ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ସଂଗରୋଧ କେନ୍ଦ୍ରରୁ,୧୫ ଜଣ ହୋମ କ୍ୱାରାଣ୍ଟାଇନ୍ରୁ ,୧୧ ଜଣ ଆଣ୍ଟିଜେନ ଟେଷ୍ଟ ଦ୍ଵାରା ଏବଂ ୩ ଜଣ କିମସ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି।
ଏ ସମସ୍ତ ଆକ୍ରାନ୍ତଙ୍କୁ ଲକ୍ଷଣ ଅନୁଯାୟୀ ଢେଙ୍କାନାଳ କୋଭିଡ଼ ହସ୍ପିଟାଲ ଏବଂ ଗୋବିନ୍ଦପୁର କୋଭିଡ଼ କେୟାର ସେଣ୍ଟରକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଆକ୍ରାନ୍ତ ମାନେ ରହୁଥିବା ଘରଗୁଡିକ ଏବଂ ସଙ୍ଗରୋଧ ଅଞ୍ଚଳକୁ ବିଶୋଧନ କରାଯାଇଛି।
ଜିଲ୍ଲାରେ ଚିକିତ୍ସା ପରେ ଆଉ ୨୫ ଜଣ କରୋନ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୧୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୧୧ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୩୦୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।