ରାଜ୍ୟରେ କରୋନାରେ ପୁଣି ୧୦ଜଣଙ୍କ ମୃତ୍ୟୁ; ମୋଟ୍ ମୃତକଙ୍କ ସଂଖ୍ୟା ୪୦୦ ପାର

Share this:

ଭୁବନେଶ୍ଵର:ଆଜି ରାଜ୍ୟରେ କରୋନାରେ ୧୦ଜଣଙ୍କ ମୃତ୍ୟୁ ହୋଇଛି।  ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୦୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କରୋନାରେ ମୃତ୍ୟୁ ହୋଇଥିବା ୧୦ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୩ଜଣ ପୁରୁଷ ଅଛନ୍ତି। ସେହିପରି  କଟକରୁ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ରାୟଗଡ଼ାରୁ ୨ଜଣ ପୁରୁଷ ଅଛନ୍ତି। ନୟାଗଡ଼, ବଲାଙ୍ଗୀର ଓ ଗଜପତିରୁ ଜଣେ ଲେଖାଏଁ ପୁରୁଷ ଅଛନ୍ତି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

Share this: