Breaking Newsଓଡ଼ିଶାମନୋରଞ୍ଜନ DAMaN Odia Movie: ‘ଦମନ’ କୁ ଟ୍ୟାକ୍ସ ଫ୍ରୀ କଲେ ମୁଖ୍ୟମନ୍ତ୍ରୀ November 18, 2022 MahimaLive Share this: ଭୁବନେଶ୍ଵର: DaMan Odia Movie Tax Free ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶନକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର କାହାଣୀ ହେଉଛି ଚଳଚ୍ଚିତ୍ରର ମୁଖ୍ୟ ବିଷୟ। ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାମାରୀ କରୋନା କାଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରକ୍ଷାକରି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି। Advertisement ସୂଚନାଯୋଗ୍ୟ, ଦମନ ସିନେମାଟି (DaMan Odia Movie) ଓଡ଼ିଶାରେ ଦର୍ଶକଙ୍କ ମନକୁ ଛୁଇଛି। ବଡ଼ କଥା ସିନେମାଟିରେ ହିରୋଇନ କେହି ନାହାନ୍ତି। ସିନେମାର ସବୁଠୁ ଦମଦାର ହେଉଛି ଏହାର ମୋଳିକ କାହାଣୀ। ଏହି ସିନେମାଟି ବର୍ତ୍ତମାନ ବଲିଉଡରେ ପ୍ରବେଶ କରିବାକୁ ଯାଉଛି। ଫିଲ୍ମଟିର ଅପାର ସଫଳତା ପରେ ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି। ଏଥିପାଇଁ ମୁମ୍ୱାଇରେ ପୁରା ଟିମ ହିନ୍ଦୀ ଡବିଂ କାମ ଆରମ୍ଭ କରିଦେଇଛନ୍ତି। ଖୁବଶୀଘ୍ର ଭାରତର ୫ଶହରୁ ଅଧିକ ହଲରେ ମୁକ୍ତିଲାଭ କରିବା। ମାତ୍ର ୨ସପ୍ତାହରେ ଫିଲ୍ମଟି ୨ କୋଟି ଆୟ କରିସାରିଲାଣି। Read Also | Dhabaleswar: ଆସନ୍ତା ସପ୍ତାହରୁ ଧବଳେଶ୍ଵର ଦର୍ଶନ YOU MIGHT ALSO LIKE IT AD-AMAZON Share this: