ସବୁ ଜିଲ୍ଲାରେ କରୋନା,ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୩୭୬ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି ୧୩୭୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୯୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୪୫୯ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୩୦ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୪୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରେ ୧୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଟକ ରୁ ୭୫ ଜଣ କନ୍ଧମାଳ  ରୁ ୧୨ ଜଣ,କୋରାପୁଟ  ରୁ ୭ ଜଣ , କେଉଁଝର ରୁ ୧୦୩ ଜଣ, କେନ୍ଦ୍ରାପଡ଼ା ରୁ ୧୧ ଜଣ ଓ କଳାହାଣ୍ଡି  ରୁ ୧୧ ଜଣ ସଂକ୍ରମିତ ହୋଇଛନ୍ତି। ରାୟଗଡା  ଜିଲ୍ଲା ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ୩୩ ଜଣ,ସମ୍ବଲପୁର ଜିଲାରୁ ୧୭ ଜଣ  ଓ ସୋନପୁର ରୁ ୫ ଜଣ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୮ଜଣ ,ଜଗତସିଂହପୁର ରୁ ୧୧ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୬ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ ରୁ ୭ ଜଣ, ବାଲେଶ୍ଵର ରୁ ୨୯ ଜଣ, ଭଦ୍ରକ ଜିଲ୍ଲାରୁ ୧୦ ଜଣ,ବୌଦ୍ଧରୁ ୮ ଜଣ  ଏବଂ ବଲାଙ୍ଗୀରି ଜିଲ୍ଲାରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି।ଗଜପତି ରୁ ୭୪ଜଣ ସଂକ୍ରମିତ ହୋଇଛନ୍ତି। ପୁରୀ ରୁ ୯୧ ଜଣ ସଂକ୍ରମିତ ହୋଇଛନ୍ତି। ନୂଆପଡ଼ା ରୁ ୪ଜଣ, ନୟାଗଡ ରୁ ୩୦ଜଣ ଓ ନବରଂଗ ପୁର ରୁ ୨୧ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି, ଦେଓଗଡ ରୁ ୧୧ଜଣଓ ଢେଙ୍କାନାଳ ରୁ ୧୫ ଜଣ  ସଂକ୍ରମିତ ହୋଇଛନ୍ତି। ଅନୁଗୋଳ ରୁ ୫ଜଣ ସଂକ୍ରମିତ ହୋଇଛନ୍ତି।  ମୟୁରଭଞ୍ଜ ରୁ ୨୨ ଜଣ ଓ ମାଲକାନଗିରି ରୁ ୧୫ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪  ଲକ୍ଷ ୫୮ ହଜାର ୧୨୦ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨୫ ହଜାର ୩୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୫   ହଜାର ୯୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯ହଜାର ୨୮୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

From The Web

Share this: