ଆଜି ରାଜ୍ୟରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର : ରାଜ୍ୟରେ ଆଜି  ଆଉ ୧୬୨୧ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୬ ହଜାର ୯୩୫କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୩୨୪ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୨୬୫  ଜଣ, ଗଜପତିରୁ ୧୨୭ ଜଣ, କଟକ ରୁ ୧୧୦ଜଣ,ପୁରୀରୁ ୮୫ ଜଣ,କୋରାପୁଟରୁ ୬୯ ଜଣ, ନୂଆପଡ଼ା ଜିଲ୍ଲାରୁ୬୮ ଜଣ, ବାଲେଶ୍ଵରରୁ ୬୬ ଜଣ, ନୟାଗଡ ରୁ ୬୨ଜଣ, ବରଗଡ଼ରୁ ୫୪ଜଣ, କଳାହାଣ୍ଡିରୁ ୪୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪୧ ଜଣ, କନ୍ଧମାଳରୁ ୩୫ ଜଣ, ମାଲକାନଗିରି ଜିଲ୍ଲାରୁ ୩୩ ଜଣ, ଯାଜପୁର ରୁ ୩୨ଜଣ, ଢେଙ୍କାନାଳ ରୁ ୨୫ ଜଣ, କେନ୍ଦ୍ରାପଡ଼ାରୁ ୨୩ ଜଣ, ବଲାଙ୍ଗୀର ଓ ଭଦ୍ରକରୁ ୨୨ ଜଣ ଲେଖାଏଁ , ମୟୁରଭଞ୍ଜ ରୁ ୨୧ ଜଣ, ଝାରସୁଗୁଡାରୁ ୨୦ଜଣ,ରାୟଗଡ଼ାରୁ ୧୮ ଜଣ, କେଉଁଝର  ଜିଲ୍ଲାରୁ ୧୭ଜଣ , ସମ୍ବଲପୁରରୁ ୧୪ ଜଣ,ବୌଦ୍ଧରୁ ୧୧ ଜଣ, ନବରଙ୍ଗପୁରରୁ ୮ଜଣ, ଜଗତସିଂପୁର ରୁ ୩ ଜଣ, ସୋନପୁର ରୁ୨ ଜଣ ଏବଂ ଅନୁଗୋଳ ରୁ ଜଣେ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଆଜି ୧୦କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ହୋଇଛି।

Share this: