ରାଜ୍ୟରେ ଆଜି ୩୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ,ମୋଟ ସୁସ୍ଥ ହେଲେ ୮୪,୦୭୩ ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୧୪
ଭୁବନେଶ୍ଵର:ରାଜ୍ୟରେ ଆଜି ଆଉ ୩,୩୦୩ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮୪ ହଜାର ୭୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ କଟକ ଜିଲ୍ଲାରୁ ୬୫୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, ଖୋର୍ଦ୍ଧା ଜିଲ୍ଲାରୁ ୪୯୩ ଜଣ ଯାଜପୁରରୁ ୨୧୩ ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ ଜଣ, ରାୟଗଡାରୁ୧୮୫ ଜଣ, କେନ୍ଦ୍ରାପଡାରୁ ୧୬୨ଜଣ,ମୟୁରଭଞ୍ଜରୁ ୧୩୧ଜଣ, ନୟାଗଡରୁ ୧୨୬ ଜଣ,ବାଲେଶ୍ଵରରୁ ୧୦୫ଜଣ, ସମ୍ବଲପୁରରୁ ୧୭୨ଜଣ, କୋରାପୁଟରୁ ୧୪୯ଜଣ, ପୁରୀରୁ ୧୨୮ଜଣ,ନୟାଗଡରୁ ୧୨୫ ଜଣ,ମୟୁରଭଞ୍ଜ ରୁ ୧୦୪ଜଣ, କେଉଁଝରରୁ ୯୦ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୭ଜଣ, ଅନୁଗୋଳରୁ ୮୦ ଜଣ,ବଳେଶ୍ଵର ରୁ ୭୯ ଜଣ,ମାଲକାନଗିରି ଜିଲ୍ଲାରୁ ୭୬ଜଣ, କନ୍ଧମାଳରୁ ୫୫ ଜଣ, ଭଦ୍ରକ ଓ ଜଗତସିଂପୁରରୁ ୪୯ ଜଣ ଲେଖାଏଁ, ବଲାଙ୍ଗୀରରୁ ୪୭ଜଣ, ଗଜପତିରୁ ୩୭ ଜଣ, ବରଗଡ଼ ଓ ନୂଆପଡ଼ାରୁ ୩୫ ଜଣ ଲେଖାଏଁ, ନବରଙ୍ଗପୁରରୁ ୩୪ଜଣ, ଢେଙ୍କାନାଳରୁ ୩୨ ଜଣ,କେନ୍ଦ୍ରାପଡାରୁ ୩୦ଜଣ, ସୋନପୁରରୁ ୨୫ଜଣ, କଳାହାଣ୍ଡି ଜିଲାରୁ୧୪ ଜଣ,ଝାରସୁଗୁଡାରୁ ୧୩ଜଣ ଓ ଦେଓଗଡରୁ ୮ ଜଣ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ୧୧କରୋନା ଜନିତ ମୃତଙ୍କ ସହିତ ମୋଟ ମୃତ୍ୟୁ ସଂଖ୍ୟା ୫୧୪ କୁ ବୃଦ୍ଧି ହୋଇଛି।
Also Read:
ଓଡ଼ିଶାର ୮୦ ବର୍ଷୀୟ ମହିଳାଙ୍କ ସଫଳ କାହାଣୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସଫଳ