Corona Virus: ସାରା ଦେଶରେ କିପରି ହେଉଛି କରୋନା ଭୂତାଣୁର ନିରୀକ୍ଷଣ
ନୂଆଦିଲ୍ଲୀ: ଦେଶରେ କରୋନା (Corona) କିମ୍ବା ଅନ୍ୟ କୌଣସି ସଂକ୍ରାମକ ରୋଗରେ ସଂକ୍ରମିତ ହୋଇଥିବା ଲୋକମାନଙ୍କୁ ଚିହ୍ନଟ କରିବା ଲାଗି ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି।
ସମନ୍ୱିତ ରୋଗ ନୀରିକ୍ଷଣ କାର୍ଯ୍ୟକ୍ରମ (IDSP): ଆଇଡିଏସପି (Integrated Disease Surveillance Project ) ଯୋଜନା ଅନ୍ତର୍ଗତ, ସମସ୍ତ ରାଜ୍ୟ ଏବଂ ଜିଲ୍ଲା ମୁଖ୍ୟାଳୟରେ ନିରୀକ୍ଷଣ ୟୁନିଟ୍ ପ୍ରତିଷ୍ଠା କରାଯାଇଛି ଏବଂ ମହାମାରୀ ସଂକ୍ରାନ୍ତ ରୋଗ ଉପରେ ସାପ୍ତାହିକ ତଥ୍ୟ ସଂଗ୍ରହ କରାଯାଉଛି। ରୋଗର ସ୍ଥିତିକୁ ଅନୁଧ୍ୟାନ କରିବା ଏବଂ ପ୍ରାରମ୍ଭିକ ବୃଦ୍ଧି ସମୟରେ ଏହାକୁ ଠାବ କରିବା ତଥା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ (RRT) ମାଧ୍ୟମରେ ନିରାକରଣ ପାଇଁ ପଦକ୍ଷେପ ନେବା ସକାଶେ ଏହି ତଥ୍ୟ ସଂଗ୍ରହ କରାଯାଇଥାଏ। କୋଭିଡ-୧୯ (Covid-19) ସଂକ୍ରମଣ ଦେଖାଦେବା ପରେ ଚୀନ, ହଂକଂ, ତାଇୱାନ୍ ଆଦି ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ନିରୀକ୍ଷଣ କରିବା ଲାଗି ଆଇଡିଏସପିକୁ ଅଧିକ ତ୍ୱରାନ୍ୱିତ କରାଯାଇଥିଲା।
ଆରୋଗ୍ୟ ସେତୁ ଆପ: ଆରୋଗ୍ୟ ସେତୁ ଆପ (Aarogya Setu App) ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଥିଲା। ଏହା ମାଧ୍ୟମରେ କୋଭିଡ-୧୯ ସଂକ୍ରମିତଙ୍କୁ ଚିହ୍ନଟ, ଲକ୍ଷଣ ଜାଣିବା ଏବଂ ଆତ୍ମ-ମୂଲ୍ୟାଙ୍କନ କରାଯାଉଛି। ଏହା ମଧ୍ୟ କୋଭିଡ-୧୯ କ୍ଲଷ୍ଟର ଚିହ୍ନଟରେ ସହାୟକ ହୋଇଛି।
କୋୱିନ୍ ଆପ୍: କୋୱିନ୍ ଆପ୍ (Cowin App) ହେଉଛି ଏକ ଡିଜିଟାଲ ପ୍ଲାଟଫର୍ମ (Digital Platform) ଯାହାକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି। ଏହା କୋଭିଡ-୧୯ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାରେ ସହାୟକ ହେବା ସହିତ କୋଭିଡ-୧୯ ଟୀକା ନେବା ସକାଶେ ଆବେଦନ କରିବା ନିମନ୍ତେ ଭାରତୀୟ ନାଗରିକମାନଙ୍କୁ ସହାୟକ ହେଉଛି।
କୋଭିଡ-ଇଣ୍ଡିଆ ପୋର୍ଟାଲ ଏବଂ ଟେଷ୍ଟିଂ ପୋର୍ଟାଲ: କୋଭିଡ-ଇଣ୍ଡିଆ ପୋର୍ଟାଲ (Covid India Portal) ଏବଂ ଟେଷ୍ଟିଂ ପୋର୍ଟାଲ (Testing Portal) ମଧ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ବିକଶିତ କରାଯାଇଛି। ଏହା ମାଧ୍ୟମରେ ବିଭିନ୍ନ ରାଜ୍ୟର କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ତଥ୍ୟ ଯେପରିକି ମାମଲା ସଂଖ୍ୟା, ପରୀକ୍ଷଣ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇପାରୁଛି।
ଆଇଡିଏସପିକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ କାର୍ଯ୍ୟକାରୀ କରାଯାଉଛି। ମହାମାରୀ ପ୍ରବଣ ରୋଗ ସଂକ୍ରମଣକୁ ଠାବ ଓ ନିରାକରଣ କରିବା ଏହାର ଲକ୍ଷ୍ୟ। ସଂକ୍ରମଣ ବ୍ୟାପିବାର ନିରାକରଣ ଲାଗି ଆଇଡିଏସପି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଅତିରିକ୍ତ ମାନବ ସମ୍ବଳ ଯୋଗାଣ, ସଂକ୍ରମଣର ତଦନ୍ତ ନିମନ୍ତେ ଚିହ୍ନଟ ହୋଇଥିବା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳକୁ ପ୍ରଶିକ୍ଷଣ, ମହାମାରୀ ପ୍ରବଣ ରୋଗ ଚିହ୍ନଟ ପାଇଁ ପରୀକ୍ଷାଗାରର ସୁଦୃଢ଼ୀକରଣ, ତଥ୍ୟର ସଂଗ୍ରହ, ବିଶ୍ଳେଷଣ ଏବଂ ହସ୍ତାନ୍ତର ନିମନ୍ତେ ଆଇଟି ସରଞ୍ଜାମ ବ୍ୟବସ୍ଥା ସକାଶେ ସହାୟତା ଯୋଗାଇ ଦିଆଯାଉଛି।
ଏହା ଛଡା ମନ୍ତ୍ରଣାଳୟ ଦ୍ୱାରା କେନ୍ଦ୍ରୀୟ ସ୍ତରରୁ ବ୍ୟୁରୋ ଅଫ ଆଉଟରିଚ୍ ଆଣ୍ଡ କମ୍ୟୁନିକେସନ, ଦୂରଦର୍ଶନ (Doordarshan), ଆକାଶବାଣୀ ରେଡିଓ (All India Radio) ଆଦି ଜରିଆରେ ସ୍ୱାସ୍ଥ୍ୟ ସଚେତନତା ଗଣମାଧ୍ୟମ ଅଭିଯାନ ଆରମ୍ଭ କରାଯାଇଛି।
[amazon_auto_links id=”9939″]