Covid Odisha Dashboard: ଓଡ଼ିଶାରେ ଦୈନିକ କୋଭିଡ ସଂକ୍ରମଣ ୫୦ ତଳେ
ଭୁବନେଶ୍ଵର: Covid Odisha Dashboard Reports ଓଡ଼ିଶାରେ ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଛି। ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମଣ (Covid Odisha)। ରାଜ୍ୟରେ ଗତକାଲି ୬୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୪୯ଜଣ (Odisha Covid Cases) ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୧ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୫ଜଣ, ବରଗଡ଼ରୁ ଜଣେ, ଭଦ୍ରକରୁ ଜଣେ, ବୌଦରୁ ଜଣେ, କଟକରୁ ୧୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୪ଜଣ, ଜଗତସିଂପୁରରୁ ୩ଜଣ, ଯାଜପୁରରୁ ୨ଜଣ, ଝାରସୁଗୁଡାରୁ ଜଣେ, କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ୩ଜଣ, କୋରପୁଟରୁ ଜଣେ, ମୟୂରଭଞ୍ଜରୁ ଜଣେ, ନୂଆପଡ଼ାରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୩ଜଣ, ସମ୍ବଲପୁରରୁ ୪ଜଣ, ସୁନ୍ଦରଗଡରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ଜଣେ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୬ ଲକ୍ଷ ୨୭ ହାଜର ୬୦୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୪ ହଜାର ୬୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୭୧ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୪ ହଜାର ୫୭୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୨୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

- Liquor and Nonveg Ban at Puri: ପୂରୀ ବଡ଼ଦାଣ୍ଡରେ ମଦ ଓ ଆମିଷ ବ୍ୟାନ


