Covid Cases List : ଆଜି ଭାରତରୁ ୬୨୫, ଓଡିଶାରୁ ୧୧ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: Covid Cases Odisha list ଆଜି ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ୪ କୋଟି ୪୬ ଲକ୍ଷ ୬୨ ହଜାର ୧୪୧କୁ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଆଜି ମଙ୍ଗଳବାର ରିପୋର୍ଟ୍ ପ୍ରକାଶ କରିଛନ୍ତି।
ଏଥିସହିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୫୦୯ କୁ ବୃଦ୍ଧି ପାଇଛି। ଆଜି କେହି କରୋନାରେ ମୃତ୍ୟୁବରଣ କରିନାହାନ୍ତି। ପ୍ରଥମଥର ଏପ୍ରିଲ ୯, ୨୦୨୦ ଠାରୁ ଭାରତରେ ଶୂନ୍ୟ ମୃତ୍ୟୁ ରେକର୍ଡ କରାଯାଇଛି।
ଆଜି ମଙ୍ଗଳବାରର ତଥ୍ୟ ଅନୁଯାୟୀ ୨୪ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ୧୪ ହଜାର ୨୧କୁ ହ୍ରାସ ପାଇଛି। ଏହା ସକାଳ ୮ ସୁଦ୍ଧାର ରିପୋର୍ଟ୍। ସକ୍ରିୟ ମାମଲା ଭାରତରେ ମୋଟ ସଂକ୍ରମଣର ୦.୦୩ ପ୍ରତିଶତ ଅଟେ। ଜାତୀୟ ପୁନରୁଦ୍ଧାର ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସରକାର କହିଛନ୍ତି।
Covid Cases Odisha List : ଆଜି ଓଡିଶାରୁ ୧୧ଜଣ ଚିହ୍ନଟ
ଓଡିଶାରୁ କରୋନା ସଂକ୍ରମଣ ଆଜି ବଢିଛି। ଗତକାଲି ୬ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ପୁଣି ରାଜ୍ୟରୁ ଗତ ୨୪ ଘଣ୍ଟାରେ ନୂଆ ୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି କାଲିଠାରୁ ଅଧିକ ସଂଖ୍ୟାରେ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ଆଜି ରାଜ୍ୟରୁ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ଜଣେ ଚିହ୍ନଟ ହୋଇନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଓଡ଼ିଶାରୁ ଚିହ୍ନଟଙ୍କ ମଧ୍ୟରେ ବରଗଡ଼ରୁ ଜଣେ, କଟକରୁ ୪ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗଞ୍ଜାମରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୪ଜଣ ଏବଂ ସୁନ୍ଦରଗଡରୁ ଜଣେ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ୍ ପୁଲରୁ କେହି ଜଣେ ଚିହ୍ନଟ ହୋଇନାହାନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୮ ଲକ୍ଷ ୯୬ ହଜାର ୧୬୨ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୬ ହଜାର ୨୭୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୨ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୮୮୮୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Read Also
- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

- Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

