Covid Cases in Odisha: ଆଗକୁ ଆସୁଛି ପାର୍ବଣ; ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ, ଆଜି ୨୮୬ ଚିହ୍ନଟ
ଭୁବନେଶ୍ଵର: Covid-19 Cases in Odisha State Dashboard in last 24 hours district wise ଓଡ଼ିଶାରେ ଲଗାତାର ଭାବେ ଦୁଇଦିନ ଧରି ବଢିଚାଲିଛି କରୋନା ସଂକ୍ରମଣ(Coronavirus)। ଆଗକୁ ଆସୁଛି ପାର୍ବଣ ଋତୁ। ସତର୍କ ରହିବା ଆବଶ୍ୟକ। ଗତକାଲି ଓଡ଼ିଶାରୁ ୨୬୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୮୬ଜଣ ଚିହ୍ନଟ ହୋଇଛନ୍ତି। ଯାହାକି କାଲି ତୁଳନାରେ ଆଜି କରୋନା ସଂକ୍ରମଣ ବଢିଛି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୩୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୬୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୧୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଅନୁଗୁଳରୁ ୨ଜଣ, ବାଲେଶ୍ଵରରୁ ୫ଜଣ, ବରଗଡ଼ରୁ ୫ଜଣ, ବଲାଙ୍ଗୀରରୁ ୧୨ଜଣ, ବୌଦରୁ ଜଣେ, କଟକରୁ ୬୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦେଓଗଡରୁ ୨ଜଣ, ଗଞ୍ଜାମରୁ ୫ଜଣ, ଜଗତସିଂହପୁରରୁ ୪ଜଣ, ଯାଜପୁରରୁ ୨ଜଣ, କଳାହାଣ୍ଡିରୁ ୧୪ଜଣ, କନ୍ଧମାଳରୁ ୧୩ଜଣ, କେନ୍ଦ୍ରାପଡାରୁ ୨ଜଣ, କେଉଁଝରରୁ ୨ଜଣ, ଖୋର୍ଦ୍ଧାରୁ ୫୧ଜଣ, କୋରାପୁଟରୁ ୫ଜଣ, ମୟୂରଭଞ୍ଜରୁ ୫ଜଣ, ନବରଙ୍ଗପୁରରୁ ୯ଜଣ, ନୟାଗଡରୁ ୫ଜଣ, ନୂଆପଡ଼ାରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୩ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୧୮ଜଣ, ସୋନପୁରରୁ ୮ଜଣ, ସୁନ୍ଦରଗଡରୁ ୩୯ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୧ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୩ ଲକ୍ଷ ୮୩ହଜାର ୭୦୭ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୧ହଜାର ୧୩୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨୭୫ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୦ ହଜାର ୨୧୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୬୮୫ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
[amazon_auto_links id=”9932″]
Read Also | E-auction Coal Mines: ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ନିଲାମ, ମିଳିଲା ବେଦାନ୍ତକୁ