Covid Cases in Odisha 2022: ଓଡ଼ିଶାରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ, ଆଜି ୨୬୨ଚିହ୍ନଟ
ଭୁବନେଶ୍ଵର: Covid cases in Odisha State Dashboard in last 24 hours district Wise ରାଜ୍ୟରେ ଆଜି କମିଛି କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୩୫୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୨୬୨ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୪୭ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୧୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୦୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସଚେତନତା ହିଁ କୋଭିଡରୁ ଆପଣଙ୍କୁ ସୁରକ୍ଷିତ କରିବ। ନିୟମିତ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ ନିୟମ ପାଳନ ଦିଗରେ ସଚେତନ ହୁଅନ୍ତୁ ଏବଂ ଏହାକୁ କଡ଼ାକଡ଼ି ପାଳନ କରନ୍ତୁ। ଏଥିସହିତ ଜ୍ଵର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା କରି ପୃଥକବାସରେ ରୁହନ୍ତୁ। କୋଭିଡ୍ ନିୟମ ଅନୁପାଳନ ସହ ସତର୍କତା ଅବଲମ୍ବନ କରନ୍ତୁ। କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଆଜି ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୨ଜଣ, ବରଗଡ଼ରୁ ୫ଜଣ, ଭଦ୍ରକରୁ ୩ଜଣ, ବଲାଙ୍ଗୀରରୁ ୧୭ଜଣ, ବୌଦରୁ ୭ଜଣ, କଟକରୁ ୧୫ଜଣ ଚିହ୍ନଟ ହୋଇଥିବାବେଳେ ଦେଓଗଡରୁ ୪ଜଣ, ଗଜପତିରୁ ୧୧ଜଣ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫ଜଣ, ଝାରସୁଗୁଡାରୁ ୫ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୯ଜଣ, କେନ୍ଦ୍ରାପଡାରୁ ୨ଜଣ, ଖୋର୍ଦ୍ଧାରୁ ୫୦ଜଣ, କୋରାପୁଟରୁ ୨ଜଣ, ମୟୂରଭଞ୍ଜରୁ ୯ଜଣ, ନବରଙ୍ଗପୁରରୁ ୯ଜଣ, ନୟାଗଡରୁ ୬ଜଣ, ନୂଆପଡ଼ାରୁ ୬ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୭ଜଣ, ରାୟଗଡାରୁ ୨ଜଣ, ସମ୍ବଲପୁରରୁ ୧୬ଜଣ, ସୁନ୍ଦରଗଡରୁ ୫୩ଜଣ ଏବଂ ସୋନପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୩ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୩୧ ଲକ୍ଷ ୭୭୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୨୬ ହଜାର ୩୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୧ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୧୫ ହଜାର ୧୭୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୮୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Read Also | Wheat Export Ban: କମିବ ଅଟା ଦାମ; ଗହମ ପରେ ଅଟା ରପ୍ତାନୀରେ ବ୍ୟାନ, କ୍ୟାବିନେଟ୍ ର ଅନୁମୋଦନ
[amazon_auto_links id=”9939″]